ଆସନ୍ତା ୨୦ରେ ରଥଯାତ୍ରା ସମନ୍ୱୟ କମିଟି ବୈଠକ

ପୁରୀ – ଆସନ୍ତା ୨୦ରେ ରଥଯାତ୍ରା ସମନ୍ବୟ କମିଟି ବୈଠକ ବସିବ । କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ରଥଯାତ୍ରା ପରିଚାଳନା, ସୁରକ୍ଷା, ନୀତି ନିର୍ଘଣ୍ଟ ନେଇ ବୈଠକରେ ଆଲୋଚନା ହେବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଏଥର ରଥଯାତ୍ରାବେଳେ ବଡ଼ଦାଣ୍ଡରେ ସିସିଟିଭି ଲାଗିବ । ସୁରକ୍ଷା ଦୃଷ୍ଟିରୁ ୨୩୬ ସିସିଟିଭି କ୍ୟାମେରା ଲଗାଇବା ନେଇ ନିଷ୍ପତ୍ତି ହୋଇଛି । ରଥଯାତ୍ରା ପୂର୍ବରୁ ସିସିଟିଭି ଲାଗିବ ଓ ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି ।

Comments are closed.