୫ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର: ଗଂଜାମ ସମଗ୍ର ଶିକ୍ଷା ଅନୁକୂଲ୍ୟ ରେ ୧ମ ପର୍ଯ୍ୟାୟ ୫ଟି ରୂପାନ୍ତରିତ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ , ସହକାରୀ ଶିକ୍ଷକ ମାନଙ୍କର ଏକ ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସିଟି ହାଇସ୍କୁଲ ( ବ୍ରହ୍ମପୁର )ରେ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାଶିକ୍ଷାଅଧିକାରୀ ବିନିତା ସେନାପତିଙ୍କର ପୌରାହିତ୍ୟ ରେ ସିଟି ହାଇସ୍କୁଲ ପରିସରରେ ଚଳିତ ମାସ ୧୨ ତାରିଖ ରୁ ୧୮ ତାରିଖ ପର୍ଯ୍ୟନ୍ତ ଆୟୋଜନ କରା ଯାଉଅଛି | କାର୍ଯ୍ୟକ୍ରମର ପ୍ରଥମ ୨ଦିନ ଶିକ୍ଷକ ମାନଙ୍କ ନେତୃତ୍ବ ଦକ୍ଷତା ବିକାଶ ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରା ଯାଇଥିଲା ବେଳେ , ଅବଶିଷ୍ଟ ୩ ଦିନ ଡିଜିଟାଲ ଡିଜିଟାଲ ଦକ୍ଷତା ବୃଦ୍ଧି ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯିବ |

କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ରାଜେଶ କୁମାର ପ୍ରଧାନ , ରଙ୍ଗେଈଲୁଣ୍ଡା ବ୍ଲକ ଶିକ୍ଷାଧିକାରୀ ଡ.ପ୍ରଭାତୀ ମହାପାତ୍ର , ବ୍ଲକ ଏମ.ଆଇ.ଏସ ସୁଶୀଲ କୁମାର ସାହୁ , ଅମିତ ପାଢ଼ୀ ପ୍ରମୁଖ ପ୍ରଶିକ୍ଷକ ଭାବରେ କାର୍ଯ୍ୟନିର୍ବାହ କରିଥିଲେ | ଅନ୍ୟପକ୍ଷରେ ପିରାମଲ ଫାଉଂଡେସନର ଜିଲ୍ଲା କାର୍ଯ୍ୟମୁଖ୍ୟ ସସ୍ମିତା ରଥ ମଧ୍ୟ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ |
ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୋଟ ୫୦ ଜଣ ଶିକ୍ଷକ , ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିଥିଲେ | କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷାଧ୍ୟାକାରୀ ଉପସ୍ଥିତ ଶିକ୍ଷା , ଶିକ୍ଷୟିତ୍ରୀ ମାନଙ୍କୁ ଉଦବୋଧନ ଦେଇ ନେତୃତ୍ବ ବିକାଶ , ଏବଂ ଡିଜିଟାଲ ଦକ୍ଷତାର ବିକାଶ ଆଜିର ସମୟ ପାଇଁ ଏକ ବଡ ଆହ୍ୱାନ , ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ତାହା ହିଁ ମୁଖ୍ୟ ଉଦେଶ୍ୟ | ଏଥିରୁ ପ୍ରାପ୍ତ ଜ୍ଞାନ କୌଶଳକୁ ବିଦ୍ୟାଳୟ ପ୍ରକୋଷ୍ଠରେ ପ୍ରୟୋଗ କରି ଛାତ୍ର , ଛାତ୍ରୀଙ୍କର ବିକାଶରେ ବିନିଯୋଗ କରି ପାରିଲେ ଏହାର ପ୍ରକୃତ ସଫଳତା ମିଳି ପାରିବ | ଜିଲ୍ଲା ଅତିରିକ୍ତ ଶିକ୍ଷାଅଧିକାରୀ ( ଏକାଡେମିକ ) ପବିତ୍ର କୁମାର ସାହୁ , ଶିକ୍ଷା ସଂଯୋଜକ ଡ.ସନ୍ତୋଷ କୁମାର ପଣ୍ଡା , ବିଜ୍ଞାନ ନିରୀକ୍ଷକ ବିଷ୍ଣୁ ତ୍ରିପାଠୀ , ସିଟି ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରଣଙ୍ଗ ଭୂଷଣ ମାଝୀ ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା ନିମନ୍ତେ ଦାଇତ୍ବ ବହନ କରିଛନ୍ତି |

Comments are closed.