ସଜାଗ ହେଲା ଓଡ଼ିଶା ଅଗ୍ନିଶମ ବିଭାଗ

ଭୁବନେଶ୍ୱର – ଦିଲ୍ଲୀ ଅଟାଳିକାରେ ଅଗ୍ନିକାଣ୍ଡ ପରେ ଆଲର୍ଟ ହେଲା ଓଡ଼ିଶା। ଓଡ଼ିଶା ଅଗ୍ନିଶମ ନିର୍ବାପକ ଓ ନିରାପତ୍ତା ନିୟମ ୨୦୧୭କୁ କଡ଼ାକଡ଼ି ପାଇଁ ଅଗ୍ନିଶମ ଡିଜି ଏସ.କେ ଉପାଧ୍ୟାୟ ଚିଠି ଲେଖିଛନ୍ତି । ହୋଟେଲ, ଲଜିଂ, ସିନେମା ହଲ ଓ ଅତିଥି ଭବନ, ସରକାରୀ କୋଠା,ଉଚ୍ଚ ଅଟ୍ଟାଳିକା ଓ ହସ୍ପିଟାଲ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଗ୍ନି ନିରାପତ୍ତା ନିୟମକୁ କଡ଼ାକଡ଼ି ଭାବେ ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନଥିଲେ ହେବ କାର୍ଯ୍ୟାନୁଷ୍ଠାନ । ପ୍ରମାଣପତ୍ରର ନକଲ ବିଭାଗ ପାଖରେ ଦାଖଲ କରିବାକୁ ନିର୍ଦ୍ଦେଶ ସହ ସମସ୍ତ ଉଚ୍ଚ ଅଟ୍ଟାଳିକାର ନିରାପତ୍ତାର ଅଡ଼ିଟ ପାଇଁ କୁହାଯାଇଛି ।

ଅଗ୍ନି ନିରାପତ୍ତା ନେଇ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.