ପ୍ରସିଦ୍ଧ ଶୀତଳଷଷ୍ଠୀ ପାଇଁ ଶାନ୍ତି ଓ ସମନ୍ଵୟ ବୈଠକ ଅନୁଷ୍ଠିତ

ସମ୍ବଲପୁର: ଓଡିଶାର ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ନିମନ୍ତେ ଆଜି ଶାନ୍ତି ଓ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି | ପ୍ରଶାସନ ତରଫରୁ ଡକା ଯାଇଥିବା ଏହି ବୈଠକରେ ଷଷ୍ଠୀ କମିଟି ମାନଙ୍କ ସହ ବିଭିନ୍ନ ସଂକ୍ରାନ୍ତ ରେ ଆଲୋଚନା ହୋଇଥିଲା | ଯାତ୍ରା ସୁରୁଖୁରୁରେ ଆୟୋଜନ ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି | ସେଥିନିମନ୍ତେ କମିଟି ମାନେ ପ୍ରଶାସନ ସହ ଉତ୍ତମ ସମନ୍ଵୟ ରଖି ସହଯୋଗ କରିବା ପାଇଁ ଜିଲ୍ଲାପାଳ କମିଟି ମାନଙ୍କୁ ଅନୁରୋଧ କରିଛନ୍ତି | ବିଗତ ଦୁଇ ବର୍ଷ ମହାମାରୀ କୋଭିଡ କାରଣରୁ ବନ୍ଦ ରହିଥିବାରୁ ଚଳିତ ବର୍ଷ କମିଟି ଏବଂ ଜନସାଧାରଣ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି |

ସ୍ୱାସ୍ଥ୍ୟ ବିଭାଗ, ମହାନଗର ନିଗମ, ପିଡବ୍ଲୁଡି, ଅଗ୍ନିଶମ ବିଭାଗ, ପୋଲିସ, ଯୋଗାଣ ବିଭାଗ, ପରିଵହନ ବିଭାଗ, ଆରଡବ୍ଲୁଏସଏସ, ବିଜୁଳି ବିଭାଗ, ସହ ଅନ୍ୟାନ୍ୟ ବିଭାଗ ଯେଉଁ ମାନେ ଶୀତଳଷଷ୍ଠୀ ରେ ଜଡିତ ଅଛନ୍ତି ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅନୁରୂପ ଭାବେ ସହଯୋଗ କରିବେ ବୋଲି ଜିଲ୍ଲା ପାଳ କମିଟି ମାନଙ୍କୁ କହିଛନ୍ତି | ବାକି ରହିଥିବା ବିଭିନ୍ନ ରାସ୍ତା କାମ ଯୁଦ୍ଧ କାଳୀନ ଭିତ୍ତିରେ ସାରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି | ଷଷ୍ଠୀ ସମୟରେ ମାଦକ ଦ୍ରବ୍ୟ ବିକ୍ରିକୁ ସମ୍ପୂର୍ଣ ବନ୍ଦ ରହିବା ସହ ବ୍ୟାପକ ଧରପକଡ଼ କରିବାକୁ ବିଭାଗ କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି | ଷଷ୍ଠୀ ତିନି ଦିନ ମଦ ଦୋକାନ ବନ୍ଦ ରହିବ ବୋଲି ଅବକାରୀ ବିଭାଗ ସୂଚନା ଦିଆଯାଇଛି | ପ୍ରବଳ ଜନସମାଗମ ଥିବାରୁ ଚରି, ଲୁଟ ଭୟ ରହିଛି ସେଥିପାଇଁ ସାଧା ପୋଷାକ ଧାରୀ ପୋଲିସ ମୁତୟନ ନିମନ୍ତେ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କୁ କୁହାଯାଇଛି | ସମସ୍ତ ମହାନଦୀ ଘାଟ ସଫା ଯଥା ଶୀଘ୍ର ସମ୍ପୂର୍ଣ୍ଣ କରାଯିବ ବୋଲି ମହାନଗର ନିଗମ କମିଶନର ଶ୍ରୀ ପ୍ରଦୀପ କୁମାର ସାହୁ କହିଛନ୍ତି | ଏହା ଛଡା କଣ୍ଟ୍ରୋଲ ରୁମ, ନୋଡାଲ ଅଫିସର ନିଯୁକ୍ତି, ଡ୍ରେନ ସଫା ଇତ୍ୟାଦି କାମ ଜଲ୍ଦି ସରିବ ବୋଲି ଏସଏମସି ପକ୍ଷରୁ କୁହାଯାଇଛି | ପ୍ରବଳ ଗରମ କୁ ଲକ୍ଷ କାରୀ ସମସ୍ତ ପ୍ରକାର ପ୍ରତିକାର ବ୍ୟାବସ୍ଥା କରିବାକୁ ଉଭୟ କମିଟି ଏବଂ ବିଭାଗ କୁ ଜିଲ୍ଲାପାଳ କହିଛନ୍ତି | ଏହା ଛଡା ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଫାଷ୍ଟ ଏଡ଼ ସେଣ୍ଟର ସହ ଡାକ୍ତର, ଆମ୍ବୁଲାନ୍ସ ପ୍ରସ୍ତୁତ କରିବାକୁ ବିଭାଗକୁ କୁହାଯାଇଛି | ପର୍ଯ୍ୟାପ୍ତ ପାନୀୟ ଜଳ ସହ ଓଆରଏସ ମହଜୁଦ ରଖିବା ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ରହିଛି | ନିରବଛିଂନ ବିଜୁଳି ସେବା ନିମନ୍ତେ ବିଭାଗ କୁ ନିର୍ଦ୍ଦେଶ ଦିଆଯାଇଛି | ପ୍ରବଳ ଜନସମାଗମ କୁ ଲକ୍ଷ କାରୀ ପରିଵହନ ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି | ଶୀତଳ ଷଷ୍ଠୀ ନିମନ୍ତେ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି | ଆଜିର ବୈଠକରେ ଜିଲ୍ଲା ପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଅଧ୍ୟକ୍ଷତା କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଏସପି ବି. ଗଙ୍ଗାଧର, ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ, ପିଡିଡିଆରଡିଏ ଦିଲ୍ଲୀପ କୁମାର ବଳ, ସମ୍ବଲପୁର ମହାନଗର ନିଗମ କମିଶନର ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ଅଜମ୍ବର ମହାନ୍ତି, ସିଡ଼ିଏମ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ପୂଜା କମିଟି କର୍ମକର୍ତ୍ତା ଉପସ୍ଥିତ ଥିଲେ |

Comments are closed.