ଓଡ଼ିଶାଠୁ ବିପର୍ଯ୍ୟୟ ପରିଚାଳନା ପାଠ ପଢ଼ିଲେ ଆନ୍ଧ୍ର ଅଧିକାରୀ

ବ୍ରହ୍ମପୁର – ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶା ବାରମ୍ବାର ସଫଳତା ହାସଲ କରିଆସିଛି ଓଡ଼ିଶା। ବନ୍ୟା, ବାତ୍ୟାଠାରୁ ଆରମ୍ଭ କରି କୋଭିଡ ପରିଚାଳନାରେ ମଧ୍ୟ ସଫଳ ହୋଇଛି ଓଡିଶା । ବିଶେଷ କରି ରୋଲ ମଡେଲ ପାଲଟିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିବା ପୂର୍ବରୁ ପ୍ରସ୍ତୁତି ବୈଠକ, ଗ୍ରାମାଂଚଳରୁ ସଠିକ ପରିଚାଳନା ଏବଂ ବିପର୍ଯ୍ୟୟ ପରେ ପୁନରୁଦ୍ଧାର କାମ କିଭଳି କରାଯାଉଛି ସେନେଇ ପ୍ରଶିକ୍ଷଣ ନେଇଛନ୍ତି ଆନ୍ଧ୍ରରୁ ଆସିଥିବା ଟିମ୍ । ଛତ୍ରପୁର ସ୍ଥିତ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହ ଆଲୋଚନା କରିଛନ୍ତି ଆନ୍ଧ୍ରରୁ ଆସିଥିବା ଟିମ୍ । ଆନ୍ଧ୍ର ଅଧିକାରୀମାନଙ୍କୁ ଓଡିଶା ସରକାରଙ୍କ ଜିରୋ କାଜୁଆଲିଟି ଲକ୍ଷ୍ୟ ବାବଦରେ ଅବଗତ କରାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

Comments are closed.