ମଧ୍ୟମ କ୍ଷେପଣାସ୍ତ୍ର ଅଗ୍ନି -୪ର ସଫଳ ରାତ୍ରୀକାଳୀନ ବ୍ୟବହାର ଉପଯୋଗୀ ପରୀକ୍ଷଣ

ବାଲେଶ୍ୱର- ବାଲେଶ୍ୱରର ଅବଦୁଲ କଲାମ ଆଇଲାଣ୍ଡରୁ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୪ର ସଫଳ ରାତ୍ରୀକାଳୀନ ବ୍ୟବହାର ଉପଯୋଗୀ ପରୀକ୍ଷଣ ହୋଇଛି। ସୋମବାର ସନ୍ଧ୍ୟା ୭ଟା ୪୫ ମିନିଟରେ ଚାନ୍ଦିପୁର ଆଇଟିଆର -୪ ନମ୍ବର ଲଞ୍ଚ ପ୍ୟାଡରୁ ଏହି ପରୀକ୍ଷଣ କରାଯାଇଥିଲା । ଆଣବିକ ଅସ୍ତ୍ର ବହନ କ୍ଷମତା ସଂପନ୍ନ ଏହି ବାଲିଷ୍ଟିକ ମିଜାଇଲକୁ ଗୋଟିଏ ମୋବାଇଲ ଲଞ୍ଚରରୁ ପରୀକ୍ଷା କରାଯାଇଥିଲା। ସୈନ୍ୟ ବାହିନୀର ଷ୍ଟ୍ରାଟେଜିକ ଫୋର୍ସର କମାଣ୍ଡର ଜବାନମାନେ ଏହି ପରୀକ୍ଷା କରିଥିଲେ ।

Comments are closed.