ବରଗଡ ଜିଲ୍ଲାର ଅନିଶା କୁମ୍ଭାର ଜାତୀୟ ଫୁଟବଲ ପ୍ରତିଯୋଗିତା ପାଇଁ ମନୋନୀତ

ବରଗଡ : ବରଗଡ ଜିଲ୍ଲା ବରପାଲିର ଅନିଶା କୁମ୍ଭାର ଜାତୀୟ ଫୁଟବଲ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ସେ ୧୭ ବର୍ଷ ରୁ କମ ବୟସ ବର୍ଗରେ ଓଡ଼ିଶା ରାଜ୍ୟକୁ ପ୍ରତିନିଧିତ୍ଵ କରି ଆସନ୍ତା ୧୩ ତାରିଖ ରୁ ଆସାମ ଠାରେ ଆରମ୍ଭ ହେଉଥିବା ଜାତୀୟ ଜୁନିୟର ବାଳିକା ଫୁଟବଲ ପ୍ରତିଯୋଗିତାରେ ଭାଗ ନେବେ। ଅନିଶା ପୂର୍ବରୁ ୨୦୧୯ ରେ କଟକ ଠାରେ ଅନୁଷ୍ଠିତ ସବ ଜୁନିଅର ବାଳିକା ପ୍ରତିଯୋଗିତା ରେ ଭାଗ ନେଇଥିଲେ ।
ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ କିଶୋର କୁମାର ମିଶ୍ର, ଉପ ସଭାପତି ଯୁଗଳ ପ୍ରସାଦ ସିଂ,କ୍ରୀଡା ସମ୍ପାଦକ ହରଦିପ ସିଂ, କୋଷାଧ୍ୟକ୍ଷ ଶୁଭ୍ରାଂଶୁ ଶେଖର ମହାପାତ୍ର,ଫୁଟବଲ ସମ୍ପାଦକ ସେକ ଶବ୍ଦର, ଇଣ୍ଡୋର୍ ଗେମ୍ସ ସମ୍ପାଦକ ରବି ପଣ୍ଡା,କ୍ରିକେଟ ସମ୍ପାଦକ ଅମିୟ ଭୂଷଣ ସାହୁ,ଆଉଟଡୋର ଗେମ୍ସ ସମ୍ପାଦକ ସୁରେଶ ଦାଶ, କାଉନସିଲ୍ ସଦସ୍ୟ ମହେନ୍ଦ୍ର ଦାଶ,ରଜତ ଦାଶ,ପ୍ରଦୀପ ସାହୁ, ଦିଲିପ ସାୱଡିଆ,ବିଷ୍ଣୁ ପ୍ରସାଦ ଧାନୂକା, ଅନିଶାଙ୍କ କୋଚ ସମ୍ପୂର୍ଣ୍ଣ ଭୋଇ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

Comments are closed.