କ୍ରମାଗତ ୩ ଭୋଟରେ ଶୋଚନୀୟ ପରାଜୟ- ଝାରସୁଗୁଡା ବିଜେପିରେ ନିରାଶାର ଛାଇ

ଝାରସୁଗୁଡା : ପ୍ରଥମେ ପଞ୍ଚାୟତ ଭୋଟରେ ନିରାଶ ହେବାକୁ ପଡିଲା। ଏହା ପରେ ପୌର ଭୋଟରେ ବି ଶୋଚନୀୟ ସ୍ଥିତି। ଆଉ ତା ପରକୁ ସଦ୍ୟସମାପ୍ତ ବ୍ରଜରାଜନଗର ଉପ ନିର୍ବାଚନରେ ଦଳ ଅମାନତ ହରାଇବା ପରେ ବର୍ତ୍ତମାନ ଝାରସୁଗୁଡା ବିଜେପି ଶିବିରରେ ନିରବତାର ଛାଇ ଦେଖିବାକୁ ମିଳିଛି। ଦଳର କୌଣସି ନେତା ବର୍ତ୍ତମାନ ସାମ୍ନାକୁ ଆସୁନଥିବା ବେଳେ କର୍ମୀମାନେ ବି ଏକପ୍ରକାର ନିରାଶା ଭିତରେ ବୁଡି ରହିଛନ୍ତି। ଆଉ ପରୋକ୍ଷରେ ଏହା ଦଳର ସଂଗଠନକୁ ଅସ୍ତିତ୍ବ ସଙ୍କଟ ଆଡକୁ ଟାଣୁଥିବା ଚର୍ଚ୍ଚ। ଆରମ୍ଭ ହେଲାଣି।

ଗତ ୨୦୧୪ ମସିହାରେ ପ୍ରଥମ କରି ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ବିଧାନସଭା ଆସନକୁ ବିଜେପି ଦଖଲ କରିଥିଲା। ଆଉ ଏଥିରୁ ଦଳ ତାର ସାଂଗଠାନିକ ସ୍ଥିତି ସୁଦୃଢ ଥିବା ନେଇ ବାର୍ତ୍ତ। ଦେଇ ଆସିଥିଲା। ହେଲେ ତତ୍କାଳୀନ ଦଳୀୟ ବିଧାୟିକା ରାଧାରାଣୀ ପଣ୍ଡା ଖୋଦ୍ ଦଳ ଭିତରୁ ବିରୋଧର ସମ୍ମୁଖୀନ ହୋଇ ଆସିଥିଲେ। ଫଳସ୍ବରୂପ ଗତ ୨୦୧୯ ସାଧାରଣ ନିର୍ବାଚନରେ ଦଳ ବ୍ରଜରାଜନଗର ସମେତ ଝାରସୁଗୁଡା ଆସନ ବି ହାତଛଡା କରିଥିଲା। ଆଉ ସେହିଦିନ ଠାରୁ ଦଳର ଦୁର୍ଗତିର ପର୍ବ ଆରମ୍ଭ ହୋଇଥିଲା ବୋଲି ଚର୍ଚ୍ଚା ହୋଇଆସିଛି।

ଏଭଳି ସ୍ଥିତିରେ ଗତ ଫେବ୍ରୁଆରୀ ମାସରେ ଅନୁଷ୍ଠିତ ପଞ୍ଚାୟତ ଭୋଟ୍ ରେ ବି ଦଳ ଗୋଟିଏ ବି ଜିଲ୍ଲା ପରିଷଦ ଆସନ କିମ୍ବା ପଞ୍ଚାୟତ ସମିତି ଦଖଲ କରିବାରେ ସଫଳ ହୋଇନଥିଲା। ଏହାର ତୁରନ୍ତ ପରେ ଅନୁଷ୍ଠିତ ପୌର ଭୋଟରେ ବି ଦଳ ସାଂଘାତିକ ଭାବେ ଧୂଳି ଚାଟିଛି। ବରଂ, କଂଗ୍ରେସ ଅସ୍ତିତ୍ବ ସଙ୍କଟ ଦେଇ ଗତି କରିବା ସତ୍ତ୍ବେ ବେଲପାହାଡ ପୌର ପରିଷଦ ଅଧ୍ୟକ୍ଷ ଆସନ ଅକ୍ତିଆର କରିବାରେ ସଫଳ ହୋଇଛି।

ଆଉ ଏହାପରେ ସଦ୍ୟ ସମାପ୍ତ ବ୍ରଜରାଜନଗର ଉପ ନିର୍ବାଚନରେ ବିଜେପି ଏକପ୍ରକାର ଅସ୍ତିତ୍ବ ହରାଇଲା ଭଳି ପ୍ରଦର୍ଶନ କରିଛି। ଏହି ଆସନର ବିଗତ ଦିନର ସବୁ ରେକର୍ଡ ଭାଙ୍ଗି ଦିବଂଗତ ନେତା କିଶୋର ମହାନ୍ତିଙ୍କ ଧର୍ମପତ୍ନୀ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ୬୨ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଆଉ ଏହି ଆସନର ପାଂପାରିକ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନକୁ ଖସିବା ସହିତ ଅମାନତ ହରାଇବାକୁ ବାଧ୍ୟ ହୋଇଛନ୍ତି। ଏପରିକି ଏହି ପରାଜୟ ପରେ ତାଙ୍କ ରାଜନୈତିକ କ୍ୟାରିଅର ସୂତା ଖିଅରେ ଝୁଲୁଥିବା ଚର୍ଚ୍ଚ। ଆରମ୍ଭ ହୋଇଛି।

ତେବେ, ଏହାର ଫଳାଫଳ ଆସିବାକୁ ଇତିମଧ୍ୟରେ ୨ ସପ୍ତାହ ବିତିଗଲାଣି। ହେଲେ ବର୍ତ୍ତମାନ ସୁଦ୍ଧା ଏହି ପରାଜୟର ଗ୍ଲାନିରୁ ବିଜେପି ନେତା ଓ କର୍ମୀ ବାହାରି ପାରିନାହାନ୍ତି। ସ୍ଥିତି ଏପରି ହୋଇଛି ଯେ, ଦଳର କୌଣସି ନେତା କିମ୍ବା କର୍ମୀଙ୍କୁ ଦଳୀୟ ତଥା ବିଭିନ୍ନ କାର୍ଯ୍ୟକ୍ରମରେ ବି ଦେଖିବାକୁ ମିଳୁନାହିଁ। ସେମିତି ବି ଏହି ଉପ ନିର୍ବାଚନ ପୂର୍ବରୁ ଦଳର ଜିଲ୍ଲା ସଭାପତିଙ୍କ ଇସ୍ତଫା ନାଟକ ଦଳର କର୍ମୀଙ୍କୁ ହତୋତ୍ସାହିତ କରି ଦେଇଥିଲା। ଦଳର ତୁଙ୍ଗ ନେତା ତାଙ୍କୁ କୌଣସି ପ୍ରକାରେ ମନାଇବାରେ ସଫଳ ହୋଇଥିଲେ ହେଁ ଭୋଟରେ ଏହି ଅସନ୍ତୋଷ ପ୍ରତିଫଳିତ ହୋଇଥିଲା ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଅପରପକ୍ଷେ, ବର୍ତ୍ତମାନ ଏହି ଦୁସ୍ଥିତି ସମୟରେ ଦଳର ମଙ୍ଗ କିଏ ଧରିବ ବୋଲି ଆଲୋଚନା ଜୋର ଧରିଲାଣି। ଭୋଟରେ ନିରାଶ ହେବାକୁ ପଡିଲା। ଏହା ପରେ ପୌର ଭୋଟରେ ବି ଶୋଚନୀୟ ସ୍ଥିତି। ଆଉ ତା ପରକୁ ସଦ୍ୟସମାପ୍ତ ବ୍ରଜରାଜନଗର ଉପ ନିର୍ବାଚନରେ ଦଳ ଅମାନତ ହରାଇବା ପରେ ବର୍ତ୍ତମାନ ଝାରସୁଗୁଡା ବିଜେପି ଶିବିରରେ ନିରବତାର ଛାଇ ଦେଖିବାକୁ ମିଳିଛି। ଦଳର କୌଣସି ନେତା ବର୍ତ୍ତମାନ ସାମ୍ନାକୁ ଆସୁନଥିବା ବେଳେ କର୍ମୀମାନେ ବି ଏକପ୍ରକାର ନିରାଶା ଭିତରେ ବୁଡି ରହିଛନ୍ତି। ଆଉ ପରୋକ୍ଷରେ ଏହା ଦଳର ସଂଗଠନକୁ ଅସ୍ତିତ୍ବ ସଙ୍କଟ ଆଡକୁ ଟାଣୁଥିବା ଚର୍ଚ୍ଚ। ଆରମ୍ଭ ହେଲାଣି।

Comments are closed.