୭୨୮ ସମବାୟ ସମିତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ

ଭୁବନେଶ୍ବର – ରବିବାର ୭୨୮ ସମବାୟ ସମିତିରେ ଶାନ୍ତିଶୃଙ୍ଖଳା ସହ ଭୋଟ ଗ୍ରହଣ ହୋଇଛି। ୭୧ ପ୍ରତିଶତ ସଭ୍ୟ ମତଦାନ ସାବ୍ୟସ୍ତ କରିଥିବା ରାଜ୍ୟ ସମବାୟ ନିର୍ବାଚନ ଆୟାଗଙ୍କ ଆୟୁକ୍ତ ସୁନ୍ଦରଲାଲ ସିଲ୍ ଜଣାଇଛନ୍ତି । ସୂଚନା ଅନୁଯାୟୀ ୭୩୧ଟି ସମିତିରେ ମତଦାନ ହେବାକୁ ଥିଲା। ତେବେ ପୁରୀ ଏବଂ ଅନୁଗୋଳର ୩ଟି ସ୍ଥାନରେ ବାଲଟ ପେପର ସମସ୍ୟା ଯୋଗୁଁ ନିର୍ବାଚନ ହୋଇପାରିନାହିଁ। ଆସନ୍ତା ୨୬ରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ପ୍ରଥମ ପର୍ଯ୍ୟାୟର ଏହି ୩ଟି ସ୍ଥାନରେ ଭୋଟ ଗ୍ରହଣ ହେବ। ୨୬ ତାରିଖରେ ୬୪୨ଟି ସମବାୟ ସମିତିରେ ନିର୍ବାଚନ ହେବ। ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଓ ଲାମ୍ପ୍ସରେ ଅଧିକ ପ୍ରତିଶତ ମତଦାନ ହୋଇଥିବାବେଳେ ଦୁଗ୍ଧ, ମତ୍ସ୍ୟ, ବୁଣାକାର ଭଳି ବିଭିନ୍ନ ସମିତିଗୁଡିକରେ ମତଦାନ ହାର କମ୍ ରହିଛି। ପାକ୍ସ ଓ ଲାମ୍ପ୍ସଗୁଡିକର ୮୦ପ୍ରତିଶତ ମତଦାନ ହୋଇଛି।
ପୂର୍ବରୁ ରାଜ୍ୟରେ ସମୁଦାୟ ୩୨୫୨ ପାକ୍ସରୁ ୨୫୨୧ ସମିତିରେ ସଦସ୍ୟ/ସଦସ୍ୟାମାନେ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇଛନ୍ତି।

Comments are closed.