ରାଜ୍ୟରେ ୧୫୫ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଲଗାତର ତୃତୀୟ ଦିନ ଧରି ଦୈନିକ କୋରୋନା ସଂକ୍ରମଣ ୧୦୦ ଉପରେ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୫୫ ନୂଆ କୋରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ ୧୬ ଜଣ ୧୮ ବର୍ଷରୁ କମ ବୟସ୍କ ଅଛନ୍ତି । ସଙ୍ଗରୋଧରୁ ୯୧ ଓ ସ୍ଥାନୀୟ ଅଞ୍ଚଳରୁ ୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୯, କଟକ ଜିଲ୍ଲାରୁ ୧୬, ସୁନ୍ଦରଗଡ଼ରୁ ୧୨, ପୁରୀରୁ ୯, ବାଲେଶ୍ଵରରୁ ୮, ଭଦ୍ରକରୁ ୪, ଜଗତସିଂହପୁରରୁ ୪, ବରଗଡ଼ରୁ ୩, ସମ୍ବଲପୁରରୁ ୩, ସୋନପୁରରୁ ୨, ନୟାଗଡ଼ରୁ ୨, ଢେଙ୍କାନାଳରୁ ୧, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ମାଲକାନଗିରି, ମୟୂରଭଞ୍ଜ ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲରୁ ୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୯ ହଜାର ୭୫୭କୁ ବୃଦ୍ଧି ପାଇଥିବା ବେଳେ ଏଥିମଧ୍ୟରୁ ୧୨ ଲକ୍ଷ ୭୯୭ ହଜାର ୮୪୯ ସୁସ୍ଥ ହୋଇସାରିଛନ୍ତି । ବର୍ତ୍ତମାନ ରାଜ୍ୟରେ ସକ୍ରିୟ ମାମଲା ୭୨୯ ରହିଛି ।

Comments are closed.