ଘୂର୍ଣ୍ଣିବଳୟ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି, ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର – ଘୂର୍ଣ୍ଣିବଳୟ ପ୍ରଭାବରେ ଶକ୍ତ ହେଉଛି ଦକ୍ଷିଣ ପଶ୍ଚିମ ବାୟୁ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ନେଇ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଗଞ୍ଜାମ, କନ୍ଧମାଳ, ନୟାଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, କଟକ, ଖୋର୍ଦ୍ଧା ଓ ଢେଙ୍କାନାଳକୁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ଘୂର୍ଣ୍ଣିବଳୟ ପ୍ରଭାବରେ ୨୭ ତାରିଖ ପର୍ଯ୍ୟନ୍ତ ଜାରି ରହିପାରେ ବର୍ଷା । ରାଜ୍ୟରେ ବର୍ଷାର ବିସ୍ତୃତି ବଢ଼ିଥିଲେ ମଧ୍ୟ ଏବେ ବି ସ୍ୱାଭାବିକଠାରୁ ୩୮ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ୬ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୨୪ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ୧୦ଟି ଜିଲ୍ଲାରେ ୬୦ ରୁ ୯୩ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ପୁରୀ ଜିଲ୍ଲାରେ ସ୍ଥିତି ସଙ୍ଗୀନ ରହିଛି । ପୁରୀରେ ସ୍ୱାଭାବିକଠାରୁ ୯୩ ପ୍ରତିଶତ କମ୍ ବର୍ଷା ହୋଇଛି ।

Comments are closed.