ଠିକାଦାରଙ୍କୁ ମାଗିଥିଲେ ୧ ଲକ୍ଷ ଟଙ୍କା ଲାଞ୍ଚ, ଧରିଲା ଭିଜିଲାନ୍ସ

ନବରଙ୍ଗପୁର: ସ୍କୁଲଗୁଡ଼ିକୁ ମଧ୍ୟାହ୍ନ ଭୋଜନ ଚାଉଳ ପରିବହନ ବାବଦରେ ଟ୍ରାନ୍ସପୋର୍ଟ ବିଲ୍ ପାସ୍ କରାଇଦେବାକୁ ଠିକାଦାରଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ଆକାଉଣ୍ଟାଣ୍ଟ। ହେଲେ ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଏହି ଲାଞ୍ଚୁଆ ଆକାଉଣ୍ଟାଣ୍ଟ- ପ୍ରୋଗ୍ରାମର ବିକାଶ ସାନାଙ୍କୁ ଆଜି ସନ୍ଧ୍ୟାରେ କାବୁ କରିଛି ଭିଜିଲାନ୍ସ। କୋରାପୁଟ ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୧୭/୨୦୨୨ ରୁଜୁ କରାଯାଇଛି। ଅଭିଯୁକ୍ତଙ୍କ ନବରଙ୍ଗପୁର ଭଡ଼ା ଘର, ଉମରକୋଟ ପୈତୃକ ଘର ଯାଞ୍ଚ କରାଯାଉଛି।

ଠିକାଦାର ଜଣକ ଜିଲ୍ଲା କେନ୍ଦ୍ରରୁ ବିଭିନ୍ନ ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଚାଉଳ ବସ୍ତା ପହଞ୍ଚାଉଥିଲେ। ଟ୍ରାନ୍ସପୋର୍ଟ ବିଲ୍ ବାବଦ ସିକ୍ୟୁରିଟୀ ଡିପୋଜିଟ୍ ରିଲିଜ୍ କରିବାକୁ ସମ୍ପୃକ୍ତ ଆକାଉଣ୍ଟାଣ୍ଟ୍ ଠିକାଦାରଙ୍କୁ ଲାଞ୍ଚ ମାଗିଥିଲେ। ଏନେଇ ଠିକାଦାର ଭିଜିଲାନ୍ସ ଥାନାରେ ଅଭିଯୋଗ କରିଥିଲେ। ଆଜି ସନ୍ଧ୍ୟାରେ ସେ ଲାଞ୍ଚ ନେବାବେଳେ ଭିଜିଲାନସ୍ ମାଡ଼ି ବସିଥିବା। ମାନାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତଦନ୍ତ ଆରମ୍ଭ ହୋଇଛି।

Comments are closed.