ନବୀନଙ୍କ ଆଖିରେ ଲୁହ ଆଣିଲା ଶେଷଙ୍କ କାହାଣୀ | News Room Odisha

ନବୀନଙ୍କ ଆଖିରେ ଲୁହ ଆଣିଲା ଶେଷଙ୍କ କାହାଣୀ

ସମ୍ବଲପୁର : ତାଙ୍କ ସଂଘର୍ଷର କାହାଣୀ ଆବ୍ରାହମ୍ ଲିଙ୍କନ୍ ଙ୍କ ଠାରୁ କୌଣସି ଗୁଣରେ କମ୍ ନୁହେଁ ପିଲାଟି ଦିନରୁ ବାପା ମାଁଙ୍କୁ ହରାଇଥିବା ଶେଷ କିସାନ ଦିନ ମଜୁରିଆରୁ ଏବେ ଜର୍ମ।ନୀରେ ଯୁବ ବୈଜ୍ଞାନିକ। ହେଲେ ଆତ୍ମନିର୍ଭର ହେବା ମାତ୍ରେ ତାଙ୍କର ଏକମାତ୍ର ଭଉଣୀ ବି ଆର ପାରିକୁ ଚାଲି ଯିବା ପରେ ଏତେ ବଡ ଦୁନିଆଁରେ ସେ ସଂପୂର୍ଣ ଏକା ହୋଇଯାଇଛନ୍ତି। କିନ୍ତୁ, ଏଭଳି ଦୁର୍ଦ୍ଦିନରେ ତାଙ୍କ ବାପା ମାଁଙ୍କ ଭଳି ଦୁଖ ସୁଖର ସାଥୀ ହୋଇପାରିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଉ ଗତକାଲି ରୋମ୍ ରେ ଶେଷଙ୍କ ସଂଘର୍ଷର କାହାଣୀ ଶୁଣି ମୁଖ୍ୟମନ୍ତ୍ରୀ କୋହ ସମ୍ଭାଳି ନ ପାରି କାନ୍ଦି ପକାଇଥିବା ଦେଖିବାକୁ ମିଳିଛି।

ଶେଷ କିସାନ। ସମ୍ବଲପୁର ଜିଲ୍ଲାର ଏକଦା ମାଓ ଉପଦ୍ରୁତ ଇଲାକା ଭାବେ ପରିଚିତ ନାକଟିଦେଉଳ ବ୍ଲକର ଦୁର୍ଗମ ବଲାସିଂହା ଗାଁରେ ଜନ୍ମ। ପିଲାଟି ଦିନରୁ ହିଁ ଅନାଥ ହୋଇଯାଇଥିଲେ। ଫଳରେ ନିଜ ସାନ ଭଉଣୀଙ୍କୁ ଧରି ଭାଇ ଭଉଣୀ ଏକ ମାଟି ଲେପ ଦିଆ ଏକ ଛୋଟିଆ ଚାଲ ଘରେ ଆଶ୍ରୟ ନେଇଥିଲେ। କଷ୍ଟେ ମଷ୍ଟେ ମାଟ୍ରିକ ପଢିବା ପରେ ଅର୍ଥ।ଭାବ ଯୋଗୁଁ ପାଠପଢାରେ ଡୋରି ବାନ୍ଧିଥିଲେ ଶେଷ। ଆଉ ଭଉଣୀଙ୍କ ସହ ନିଜ ପେଟରେ ଆହାର ଦେବାକୁ ସେ ଘର ନିର୍ମ।ଣରେ ବ୍ୟବହୃତ ମିକ୍ସର ମେସିନ ଚଲାଉଥିଲେ। ହେଲେ ପାଠପଢା ପାଇଁ ତାଙ୍କ ଅଦମ୍ୟ ଇଚ୍ଛା ତାଙ୍କୁ ବ୍ୟସ୍ତବିବ୍ରତ କରି ଦେଉଥିଲା। ଏଭଳି ସ୍ଥିତିରେ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ସେ ଯୁକ୍ତଦୁଇ ବିଜ୍ଞାନରେ କୃତକାର୍ଯ୍ୟ ହେବା ପରେ ପୁଣି ଉଚ୍ଚ ଶିକ୍ଷା ବି ହାସଲ କରିବାରେ ସଫଳ ହୋଇଥିଲେ। ଆଉ 4 ବର୍ଷ ତଳେ ସେ ଜର୍ମ।ନୀରେ ଯୁବ ବୈଜ୍ଞାନିକ ଭାବେ ଅବସ୍ଥାପିତ ହୋଇଥିଲେ। ହେଲେ ଏହାର ମାତ୍ର 2 ବର୍ଷ ନ ପୁରୁଣୁ ସେ ତାଙ୍କ ଭଉଣୀଙ୍କୁ ହରାଇବା ପରେ ବର୍ତ୍ତମାନ ଦୁନିଆଁରେ ଏକା ହୋଇଯାଇଛନ୍ତି।

ତେବେ, 4 ବର୍ଷ ତଳେ ସେ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପାଇ ନବୀନ ନିବାସକୁ ଯାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଆତିଥ୍ୟ ପାଇବା ସହିତ ସଚିବାଳୟରେ ତାଙ୍କ ସଂଘର୍ଷ ଓ ସଫଳତାର କାହାଣୀ ବଖାଣିବାକୁ ସୁଯୋଗ ପାଇଥିଲେ। ସେହି ସମୟରେ ଏକ ବାଥରୁମ୍ ସ୍ଲିପର୍ ଚପଲ୍ ସହ ଏକ ନୋକିଆ କି-ପ୍ୟାଡ୍ ମୋବାଇଲ୍ ନେଇଯାଇଥିବା ଶେଷଙ୍କୁ ମୁଖ୍ୟମନ୍ତ୍ରୀ ଏକ ଆଇଫୋନ୍ ପ୍ରଦାନ କରିଥିଲେ।

ଗତକାଲି ରୋମ୍ ରେ ୟୁରୋପୀୟ ଓଡିଆ ପ୍ରତିନିଧି ଦଳଙ୍କ ବୈଠକରେ ଶେଷଙ୍କୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ କରାଯାଇଥିଲା। ସେଠାକାର ହେସଲର୍ ହୋଟେଲରେ ଶେଷ ପହଞ୍ଚିବା ପରେ ପ୍ରଥମେ 5ଟି ସଚିବ ପହଞ୍ଚି ଶେଷଙ୍କୁ ତୁରନ୍ତ ଚିହ୍ନି ପକାଇ ତାଙ୍କ ସହ ଦୀର୍ଘ ସମୟ କଥା ହୋଇଥିଲେ। ଆଉ ମୁଖ୍ୟମନ୍ତ୍ରୀ ଆସିବା ପରେ ଶେଷଙ୍କୁ ଏକମାତ୍ର ଓଡିଆ ଭାବେ ମଞ୍ଚକୁ ଡାକି ବକ୍ତବ୍ୟ ରଖିବାକୁ ସୁଯୋଗ ଦିଆଯାଇଥିଲା। ଏହି ସମୟରେ 4 ବର୍ଷ ତଳର ସାକ୍ଷାତ କଥା ମୁଖ୍ୟମନ୍ତ୍ରୀଙ୍କୁ ମନେ ପକାଇ ଶେଷ ସବୁ ଘଟଣା ବର୍ଣନା କରିଥିଲେ। ମୁଁ ବାଥରୁମ୍ ଚପଲ ସହ ନୋକିଆ ମୋବାଇଲ ଧରି ଆପଣଙ୍କୁ ସାକ୍ଷାତ କରିବାକୁ ଯାଇଥିଲି। ସେହି ସମୟରେ ଆପଣ ମତେ ଦେଇଥିବା ଆଇଫୋନ୍ ଏବେ ବି ମୋ ପାଖରେ ଅଛି ବୋଲି ସେ ଉକ୍ତ ଫୋନ୍ କୁ ଦେଖାଇଥିଲେ। ଆଉ ଇତିମଧ୍ୟରେ ତାଙ୍କ ଭଉଣୀ ଚାଲିଯିବା ପରେ ସେ ଦୁନିଆଁରେ ଏକା ହୋଇଯାଇଥିବା ବେଳେ ଆପଣ ମୋର ବାପା ମାଁ ବୋଲି ସମ୍ବୋଧନ କରିବା ପରେ ମୁଖ୍ୟମନ୍ତ୍ରୀ କୋହ ସମ୍ଭାଳିପାରିନଥିଲେ। ବାରମ୍ବାର ଆଖିର ଲୁହ ପୋଛୁଥିବା ଦେଖିବାକୁ ମିଳିଥିଲା।

ଏହାପରେ ତୁମେ ଗାଁରେ ଘର କଲଣି କି ବୋଲି ପଚାରିବାରୁ ଆପଣଙ୍କ ସହଯୋଗରେ 30 ଲକ୍ଷ ଟଙ୍କାରେ ଘର ନିର୍ମ।ଣ କରିଛି ବୋଲି ଶେଷ ଉତ୍ତର ଦେଇଥିଲେ। ସେହିପରି ନିଜେ ଆତ୍ମନିର୍ଭର ହେବା ପରେ ଗାଁର 170 ଗରିବ ପିଲାଙ୍କୁ ମାଗଣାରେ ପାଠ ପଢାଉଥିବା କଥା ଶୁଣି ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ଇତିମଧ୍ୟରେ ପିଏଚଡି ଶେଷ କରିସାରିଥିବା ଶେଷ ଭବିଷ୍ୟତରେ ଓଡିଶାକୁ ଫେରି ଫାର୍ମ। କଂପାନି ଖୋଲି ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ସହିତ ଲୋକଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଥିଲେ। ସେହିପରି 5ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଅନ୍ୟ ପ୍ରବାସୀ ଓଡିଆଙ୍କୁ ଶେଷଙ୍କ ସଂଘର୍ଷର କାହାଣୀ ଉପରେ ଅବଗତ କରାଇବା ସହିତ ତାଙ୍କୁ ଓଡିଶାର ଗର୍ବ ବୋଲି ଅଭିହିତ କରିଥିଲେ।