ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଗସ୍ତ : ପ୍ରବାସୀ ଓଡ଼ିଆଙ୍କୁ ସାକ୍ଷାତ’ ଓ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ’ କାର୍ଯ୍ୟକ୍ରମରେ ଯୋଗ ଦେବେ

ରୋମ୍/ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇଟାଲୀ ଗସ୍ତ ଶେଷ ହୋଇଛି । ଆଜି ୟୁଏଇର ଦୁବାଇ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ।

ଆଜ ରାତିରେ ଦୁବାଇ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ସେଠାରେ ସେ ‘ପ୍ରବାସୀ ଓଡ଼ିଆଙ୍କୁ ସାକ୍ଷାତ’ ଓ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ’ କାର୍ଯ୍ୟକ୍ରମରେ ଯୋଗ ଦେଇ ୩୦ତାରିଖ ରାତିରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।ମୁଖ୍ୟମନ୍ତ୍ରୀ ୨୯ ତାରିଖରେ ଦୁବାଇର ବିଜିନେସ୍ ବେ ସ୍ଥିତ ‘ଦି ଓବରୋଇ’ ହୋଟେଲରେ ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମରେ ସାମିଲ ହେବେ । ଫିକ୍କି ସହଯୋଗରେ ଆୟୋଜିତ ହେଉଥିବା ଏହି ଇନଭେଷ୍ଟର୍ସ ମିଟରେ ଓଡ଼ିଶାରେ ଖଣି, ପେଟ୍ରୋ କେମିକାଲ୍ସ, କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ସି’ ଫୁଡ୍ ପ୍ରୋସିସିଂ, ଟେକ୍ସଟାଇଲ, ପୋର୍ଟ, ବିମାନ ବନ୍ଦର ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ବ୍ୟାପକ ବ୍ୟବସାୟିକ ସମ୍ଭାବନାକୁ ନେଇ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି ।ମଧ୍ୟପ୍ରାଚ୍ୟର ପୁଞ୍ଜିପତିମାନଙ୍କ ସହ ରାଜ୍ୟରେ ପୁଞ୍ଜିନିବେଶ ନେଇ ମଧ୍ୟ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟରେ ପୁଞ୍ଜିନିବେଶ କରିଥିବା ଶିଳ୍ପପତିଙ୍କ ଏକ ଟିମ୍ ମଧ୍ୟ ବୈଠକରେ ଯୋଗ ଦେବେ । ଦୁବାଇରେ ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ ସହିତ ପେଟ୍ରୋ କେମିକାଲ୍ସ, ପେଟ୍ରୋଲିୟମ ସେକ୍ଟର ଏବଂ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରୀ ଉପରେ ଫୋକସ ରହିବ ।

Comments are closed.