ସରକାରୀ ବସରେ ଛୁଆ ଜନ୍ମ କଲେ ମହିଳା, ନବଜାତକୁ ମିଳିବ ଜୀବନବ୍ୟାପୀ ମାଗଣା ଯାତ୍ରା ସୁବିଧା

ଆଦିଲାବାଦ – ଚଳନ୍ତା ବସରେ ପ୍ରସବ । ତେଲେଙ୍ଗାନାରେ ଘଟିଛି ଏହି ଘଟଣା। ତେଲେଙ୍ଗାନା ରାଜ୍ୟ ସଡକ ପରିବହନ ନିଗମର ଏକ ବସରେ ଜଣେ ଆଦିବାସୀ ମହିଳା ପ୍ରସବ କରିଥିଲେ । ମହାରାଷ୍ଟ୍ରର ଚନ୍ଦ୍ରପୁର ଯାଉଥିବା ବସରେ  ସଂପୃକ୍ତ ମହିଳା ମାଧବୀ ରତ୍ନଲା ଗୁଡିହତନୁର ମଣ୍ଡଳର ମାନକପୁର ଗାଁରେ ରାତି ୧୧ଟା ୩୫ ମିନିଟରେ ପୁତ୍ର ସନ୍ତାନଟିଏ ଜନ୍ମ ଦେଇଥିଲେ। ବସ କଣ୍ଡକ୍ଟର ଗବ୍ବର ସିଂହ ତୁରନ୍ତ ମାଆ ଓ ନବଜାତକୁ ଯତ୍ନର ସହ ଗୁଡିହତନୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଉଭୟ ମାଆ ଓ ଶିଶୁ ସୁସ୍ଥ ଅଛନ୍ତି। ତେଲେଙ୍ଗାନା ସଡ଼କ ପରିବହନ ନିଗମର  ଆଦିଲାବାଦ ଡିପୋ ମ୍ୟାନେଜର ବିଜୟ ଓ ଡିଭିଜନ ମ୍ୟାନେଜର ମଧୁସୂଦନ ମାଆ ମାଧବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନବଜାତକୁ ଜୀବନବ୍ୟାପୀ ମାଗଣା ଯାତ୍ରା ସୁବିଧା ଦିଆଯିବ ବୋଲି ଡିପୋ ମ୍ୟାନେଜର କହିଛନ୍ତି। ମହିଳାଙ୍କ ସୁସ୍ଥ ପ୍ରସବ ପାଇଁ ବସ କଣ୍ଡକ୍ଟର ଭୂମିକାକୁ ପ୍ରଶଂସା କରାଯାଇଛି।

Comments are closed.