ସମଲେଇ ଯୋଜନା: ଗୋପାଳଜୀ ମଠର ସୁରକ୍ଷା ନେଇ ଜିଲ୍ଲାପାଳଙ୍କ ଅନୁଧ୍ୟାନ | News Room Odisha

ସମଲେଇ ଯୋଜନା: ଗୋପାଳଜୀ ମଠର ସୁରକ୍ଷା ନେଇ ଜିଲ୍ଲାପାଳଙ୍କ ଅନୁଧ୍ୟାନ

ସମ୍ବଲପୁର : ସମଲେଇ ଯୋଜନାରେ ଗୋପାଳଜୀ ମଠର ସୁରକ୍ଷା ପ୍ରସଙ୍ଗରେ ଆଜି ଜିଲ୍ଲାପାଳ ଅନନ୍ୟା ଦାସ ମଠରେ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଆଜି ପୂର୍ବ।ହ୍ନରେ ଗୋପାଲଜୀ ମଠ ପରିଦର୍ଶନ କରି ଏହାର ବୈଶିଷ୍ଟ୍ୟ ବାବଦରେ ପ୍ରତ୍ୟକ୍ଷ ଭାବରେ ଅବଗତ ହୋଇଛନ୍ତି। ମଠ ପରିକ୍ରମା କରି ବିଭିନ୍ନ ଅଂଶ ବୁଲି ଦେଖିବା ପରେ ନିଜେ ଅନୁଭବ କରିଛନ୍ତି ଯେ, ସମଲେଇ ଯୋଜନା ପାଇଁ ଗୋପାଲଜୀ ମଠ ପଛ ପଟୁ ଜମି ନେଇ ଟେଢାମେଢା ଅବସ୍ଥାରେ ତାକୁ ଛାଡି ଦେବା ଓ ମଠ ପାଇଁ ଦୃଶ୍ୟମାନ ପାଚେରୀ ନିର୍ମ।ଣ କରିବା ଉଚିତ ହେବ ନାହିଁ।

ଅନୁଧ୍ୟାନ ବେଳେ ଉପସ୍ଥିତ ଅଧିକାରୀ ମାନଙ୍କୁ ସଂଶୋଧନ ପୂର୍ବକ ଭୂମି ନିଆଯିବା, ମଠର ପଛପାଖ ଭୂମି ଯେପରି ସରଳରେଖାରେ ରହିବ ତଦନୁଯାୟୀ ବ୍ୟବସ୍ଥା କରିବା ତଥା ମଠ ପାଇଁ କଂକ୍ରିଟ ପାଚେରୀ ନିର୍ମ।ଣ କରିବା ସକାଶେ ପରାମର୍ଶ ଦେଇଛନ୍ତି। ପୂରାତନ, ପ୍ରସିଦ୍ଧ ମଠର ମହତ୍ତ୍ବ ଦୃଷ୍ଟିରୁ ମଠରେ ବିକାଶ କାର୍ଯ୍ୟ ପାଇଁ ଜିଲ୍ଲାପାଳ ଆଗ୍ରହ ପ୍ରକାଶ କରିଛନ୍ତି। ଏ ନେଇ ପ୍ରାରମ୍ଭିକ ଆଲୋଚନା ମଧ୍ୟ ହୋଇଛି। ପରେ ବିସ୍ତାରରେ ଆଲୋଚନା କରାଯାଇ ଏକ ବିସ୍ତୃତ କାର୍ଯ୍ୟ ଯୋଜନା ପ୍ରଣୟନ କରିବାକୁ ସ୍ଥିର ହୋଇଛି। ଫୁଲ ଓ ତୁଳସୀ ବଗିଚାକୁ ବ୍ୟବସ୍ଥିତ କରିବା, ଯୋଗ ଓ ପ୍ରାଣାୟାମ ପାଇଁ ସୁବିଧା, ସମ୍ମୁଖର ଅଗଣାକୁ ଅଧିକ ବିସ୍ତାରିତ କରିବା, ଗରୁଡ଼ ସ୍ତମ୍ଭ ପଟୁ ମଠ ପାଇଁ ଆଉ ଏକ ପ୍ରବେଶ ଦ୍ବାର ନିର୍ମ।ଣ ଆଦି ବିଷୟ ଆଲୋଚନାର ପରିସରକୁ ଆସିଥିଲା। ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ ଯେ, ଗୋପାଲଜୀ ମଠ ଭଳି ପ୍ରାଚୀନ ଐତିହ୍ୟ ସମ୍ପନ୍ନ ସ୍ଥାନର ଉନ୍ନତି ସମଲେଇ ଯୋଜନା ସହ ଜଡିତ ବା ଏହାର ଅଂଶବିଶେଷ ଅଟେ। ଏହାକୁ ଏଡାଇ ହେବ ନାହିଁ କିମ୍ବା ଗୌଣ କରାଯିବ ନାହିଁ। ଆଲୋଚନା ବେଳେ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ, ସମଲେଇ ଯୋଜନା ସହ ସମ୍ପର୍କିତ ବିଭିନ୍ନ ଅଧିକାରୀ, ଗୋପାଲଜୀ ମଠର ମହନ୍ତ ମହାରାଜ ହୃଷିକେଶ ଦାସ ଏବଂ ନାଗରିକ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।