ଦଧିବାମନ ମହାପ୍ରଭୁଙ୍କ ନବଯୌବନ ବେଶ

ବରଗଡ଼ : ପଶ୍ଚିମ ଓଡିଶାର ଶ୍ରୀ କ୍ଷେତ୍ର ଭାବେ ପରିଚିତ ବରଗଡ଼ ଜିଲ୍ଲା ଭଟଲି ସ୍ଥିତ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁ ଭକ୍ତମାନଙ୍କୁ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି । ମହାପ୍ରଭୁ ଦଧିବାମନ ଅଣସରରେ ଜ୍ବରାକ୍ରାନ୍ତ ହେବା ପରେ ସୁସ୍ଥ ହେବା ପରେ ଭକ୍ତମାନଙ୍କୁ ନବଯୌବନ ବେଶରେ ଦର୍ଶନ ଦେଇଥିଲେ ।

ଏ ଅବସରରେ ଭୋରରୁ ମହାପ୍ରଭୁଙ୍କ ଦୈନିକ ପୂଜାନୀତି ସମାପନ ପରେ ଦଧିବାମନ ମହାପ୍ରଭୁ ଅଣସର ପିଣ୍ଡିରୁ ବାହାରିଥିଲେ । ସେଠାରେ ଭକ୍ତମାନେ ମହାପ୍ରଭୁଙ୍କ ନବଯୌବନ ବେଶ ଦର୍ଶନ କରିଥିଲେ ।

ସେହିପରି ଆଜି ମନ୍ଦିରରେ ନୂତନ ନେତ ବନ୍ଧା ଯାଇଥିବା ବେଳେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ରଥରେ ନେତ ବନ୍ଧା ଯାଇଥିଲା । ଆଗାମୀ ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ମହାପ୍ରଭୁ ରଥାଋଢ଼ ହୋଇ ମାଉସୀ ମାଁ ମନ୍ଦିରକୁ ବିଜେ କରିବାର କାର୍ଯ୍ୟକ୍ରମ ରହିଛି ।

Comments are closed.