ପୁରୁଣା କଟକର ପୂର୍ବତନ ରେଞ୍ଜର ଓ ପତ୍ନୀଙ୍କୁ ଜେଲ ଦଣ୍ଡାଦେଶ

ଫୁଲବାଣୀ – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ପୁରୁଣାକଟକର ତତ୍କାଳୀନ ରେଞ୍ଜର ଓ ପତ୍ନୀଙ୍କୁ ଜେଲ ଦଣ୍ଡାଦେଶ ଦେଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଦିଲ୍ଲୀପ ଦିଗାଲ ଓ ପତ୍ନୀ ସୁଜାତା ନାୟକଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ହୋଇଛି । ଜେଲ୍ ସହ ଲକ୍ଷେ ଟଙ୍କା ଲେଖାଏଁ ଜରିମାନା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜୋରିମାନା ଅନାଦାୟର ଅଧତ୍କ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । ୨୦୧୧ର ମାମଲାରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଏହି ରାୟ ଶୁଣାଇଛନ୍ତି ।

Comments are closed.