ବୀରମହାରାଜାପୁରରେ ଦୋକାନ ଭାଙ୍ଗି ୨୫ ଲକ୍ଷରୁ ଅଧିକ ଟଙ୍କାର ଫୋନ ଚୋରୀ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ସଦର ଅଞ୍ଚଳ ତ୍ରିବେଣୀ ଛକଠାରେ ଥିବା ପଣ୍ଡା ଅଡିଓ ଓ ଭିଡିଓ ଦୋକାନରୁ ଚୋରି । ଶୁକ୍ରବାର ବିଳମ୍ବିତ ରାତିରେ ଦୋକାନର ସଟର କାଟି ଦୋକାନ ଭିତରୁ ସମସ୍ତ ମୂଲ୍ୟବାନ ଆଣ୍ଡ୍ରଏଡ୍ ମୋବାଇଲ ଫୋନ୍ ଚୋରି କରି ନେଇଥିବା ନେଇ ଥାନରେ ଅଭିଗୋଗ ହୋଇଛି । ଚୋରି ହୋଇଥିବା ମୋବାଇଲର ବଜାର ମୂଲ୍ୟ ହାରାହାରି ୨୦ ଲକ୍ଷରୁ ଅଧିକ ହେବ ବୋଲି ଦୋକାନ ମାଲିକ ସୂଚନା ଦେଇଛନ୍ତି ।

ଗତ କିଛି ମାସ ହେବ ବୀରମହାରାଜପୁର ଆଦର୍ଶ ଥାନାରୁ ପ୍ରୟ ୨୦୦ରୁ ୫୦୦ ମିଟର ଭିତରେ ବାରମ୍ବାର ଚୋରି ହେଉଥିଲେ ମଧ୍ୟ ପୋଲିସ କୌଣସି ଚୋରିର ଟେର ପାଉନାହିଁ । ପୋଲିସର କାର୍ଯ୍ୟଦକ୍ଷତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି ।

Comments are closed.