ଓଡ଼ିଶା ପୂର୍ଣ୍ଣାଙ୍ଗ ବଜେଟ୍ : ମିଶନ ଶକ୍ତିକୁ ଗୁରୁତ୍ୱ, ୨ ହଜାର କୋଟି ବ୍ୟୟବରାଦ

ଭୁବନେଶ୍ୱର -ବିଧାନସଭାରେ ଆଗତ ହୋଇଛି ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ବ୍ୟୟ ଅଟକଳ ୨ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ ମୋଟ କାର୍ଯ୍ୟକ୍ରମ ବ୍ୟୟ ବରାଦ ୧ ଲକ୍ଷ କୋଟି ଟଙ୍କା ହେବ । ଚଳିତ ବଜେଟରେ ମହିଳା ସଶକ୍ତିକରଣ ପାଇଁ ମିଶନ ଶକ୍ତିକୁ ଗୁରୁତ୍ୱ ଦିଆଯାଇଛି । ମିଶନ ଶକ୍ତି ପାଇଁ ୨ ହଜାର କୋଟି ଟଙ୍କା ବ୍ୟବବରାଦ ହୋଇଛି । ମିଶନ ଶକ୍ତି ଯୋଜନାରେ ଏସଏଚଜିଙ୍କୁ ଅର୍ଥ ସହାୟତା ପାଇଁ ୭୭୩ କୋଟି ବ୍ୟୟବରାଦ ହୋଇଛି ।

ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୃହ ନିର୍ମାଣ ପାଇଁ ୧୭୬ କୋଟି ବ୍ୟୟ କରାଯିବ।

ବଜେଟ ୨୦୨୨-୨୩ : କାହାକୁ ମିଳିଲା କେତେ 

ସ୍ୱାସ୍ଥ୍ୟ ପାଇଁ ୧୨୬୨୪ କୋଟି ଟଙ୍କା

-ଉଦ୍ୟାନ କୃଷିକୁ ୩୧୨ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି

-ଜଳ ସେଚନ ପ୍ରକଳ୍ପକୁ ୨୪୯୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି

– BSKY ଯୋଜନାକୁ ୨୬୬୪ କୋଟି

-୨ଲକ୍ଷ ୮୦ ହଜାର ଜମି ଜଳସେଚନ ଲକ୍ଷ୍ଯ

-୨୨ ବର୍ଷରେ ୧୭ ଗୁଣ ବଡିଛି ବଜେଟ୍

– ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନକୁ ୨୩୨୫ କୋଟି

-କାଳିଆ ଯୋଜନାକୁ ୮୭୪ କୋଟି

-କାଳିଆ ଯୋଜନାରେ ଚାଷୀକୁ ୫୦ ହଜାର ଯାଏଁ ଋଣ

-କୁକୁଡା ଚାଷ ପାଇଁ ୧୦୨ କୋଟି

-ଅଣଧାନ ଶସ୍ୟକ୍ରୟ ପାଇଁ ୧୦୦ କୋଟିର କର୍ପସ ପାଣ୍ଠି

-ଶିକ୍ଷା ବିଭାଗ ପାଇଁ ୩୫୮୧ କୋଟି

-ମୋ ସ୍କୁଲ ଅଭିଯାନ ପାଇଁ ୬୪୬ କୋଟି ଟଙ୍କା

-ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ୮୫୧ କୋଟି

-ମୋ କଲେଜ ଅଭିଯାନ ପାଇଁ ୧୧ କୋଟି

– ହାଇସ୍କୁଲ ରୂପାନ୍ତରଣ ପାଇଁ ୧୦୦ କୋଟି

-ଅଙ୍ଗନବାଡି କେନ୍ଦ୍ର ପାଇଁ ୨୩୯୭ କୋଟି

-ରାସ୍ତା ରକ୍ଷଣାବେକ୍ଷଣା ପାଇଁ ୨୯୭୦ କୋଟି

-ପୂର୍ତ୍ତ ବିଭାଗ ପାଇଁ ୮୩୮୩ କୋଟି

-ବିଜୁ ଏକ୍ସପ୍ରେସ ୱେକୁ ୩୦୦ କୋଟି

-ସଡକ ଭିତ୍ତିଭୂମି ବିକାଶ ପାଇଁ ୧୪,୪୫୪ କୋଟି

-ବିଜୁ ସେତୁ ଯୋଜନାକୁ ୧୬୮୮ କୋଟି

-୨୮୧ ସେତୁ ନିର୍ମାଣ ଲକ୍ଷ୍ୟ

-ସହରାଞ୍ଚଳ ବାସଗୃହ ମିଶନକୁ ୪୦୦ କୋଟି

-ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ୪୨୦ କୋଟି

-ଛାତ୍ର ବୃତ୍ତି ପାଇଁ ୬୪୨ କୋଟି

-୬୪ ଟି ନୂଆ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ଲକ୍ଷ୍ୟ

-ବିଜୁ ପକ୍କା ଘର ପାଇଁ ୫୯୦୬ କୋଟି

-ମିଶନ ଶକ୍ତି ବିଭାଗକୁ ୨୦୦୦ କୋଟି

-ପଶୁ ଚିକିତ୍ସା ପାଇଁ ୧୯ଟି ଭ୍ରାମ୍ୟବାଣ ୟୁନିଟ ପ୍ରତିଷ୍ଠା ଲକ୍ଷ୍ୟ

-ବସୁଧା ଯୋଜନାକୁ ୧୮୫୦ କୋଟି ବ୍ୟୟବରାଦ ରଖାଯାଇଛି

-ରାସ୍ତା ନଥିବା ଗାଁକୁ ରାସ୍ତା ପାଇଁ ୧୫୦ କୋଟି

-ନୂଆ ସହର ବିକାଶ ପାଇଁ ୩୩୪ କୋଟି

-ମୁଖ୍ୟମନ୍ତ୍ରୀ ସଡକ ଯୋଜନାକୁ ୭୭୪ କୋଟି

-ଶିକ୍ଷା ଓ ଦକ୍ଷତା ବିକାଶ ଲାଗି ୨୭୩୨୪ କୋଟିର ବଜେଟ ବ୍ୟୟବରାଦ

Comments are closed.