ବଜେଟ ଲୋକାଭିମୁଖୀ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ ରାଜ୍ୟ ସରକାର ସବୁ ଦିଗକୁ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟର ବିକାଶ ରଥକୁ ଏ ବଜେଟ୍ ଆହୁରି ଆଗକୁ ନେବ । ଗରିବ ପରିବାର ଗୁଡିକର ଆୟ ବୃଦ୍ଧି ସହ କୃଷକ ପରିବାରର ଆର୍ଥିକ ସ୍ଥିତିକୁ ଆହୁରି ମଜବୁତ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସବୁ ଦିଗକୁ ଫୋକସ୍ କରି ଏକ ସମତୁଲ ବଜେଟ୍ ସରକାର ଆଣିଛନ୍ତି ମୁଖ୍ୟମନ୍ତ୍ରୀ କହିଛନ୍ତି।

 

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚଳିତ ବଜେଟରେ ପାଣ୍ଠି ବରାଦର ପରିମାଣ ୨ ଲକ୍ଷ କୋଟିକୁ ବଢିଛି । କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ଖର୍ଚ୍ଚ ହେବ ୧ ଲକ୍ଷ କୋଟି । ବଜେଟରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା, ଉନ୍ନତମାନର ଶିକ୍ଷା, ସ୍କୁଲ ରୂପାନ୍ତରଣ, ମହିଳା ଶସକ୍ତିକରଣ, ଭିତ୍ତିଭୂମି ବିକାଶକୁ ଅଗ୍ରାଧିକାର ମିଳିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.