ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୩ ଶହ ଟପିଲା, ୩୪୬ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ବଢ଼ିଚାଲିଛି ଦୈନିକ କୋରୋନା ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩୪୬ ନୂଆ ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ ୪୯ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ । ସଙ୍ଗରୋଧରୁ ୨୦୨ ଓ ସ୍ଥାନୀୟ ଅଞ୍ଚଳରୁ ୧୪୪ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୯, କଟକରୁ ୫୧, ସୁନ୍ଦରଗଡ଼ରୁ ୧୩, ବାଲେଶ୍ଵରରୁ ୭, ଜଗତସିଂହପୁରରୁ ୭, ନୂଆପଡ଼ାରୁ ୭, ରାୟଗଡ଼ାରୁ ୫, ସମ୍ବଲପୁରରୁ ୫, ଯାଜପୁରରୁ ୪, ପୁରୀରୁ ୪, ଭଦ୍ରକରୁ ୪, ଝାରସୁଗୁଡ଼ାରୁ ୨ ମୟୂରଭଞ୍ଜରୁ ୨,ଢେଙ୍କାନାଳରୁ ୧, ଗଞ୍ଜାମରୁ ୧, କଳାହାଣ୍ଡିରୁ ୧, କେନ୍ଦୁଝରରୁ ୧, ନୟାଗଡ଼ରୁ ୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲରୁ ୪୧ ମାମଲା ରିପୋର୍ଟ ହୋଇଛି ।

ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୯୦ ହଜାର ୫୩୮କୁ ବୃଦ୍ଧି ପାଇଥିବା ବେଳେ ଏଥିରୁ ସୁସ୍ଥ ହୋଇଛନ୍ତି ୧୨ ଲକ୍ଷ ୮୦ ହଜାର ୪୯ । ରାଜ୍ୟରେ ଏବେ ସକ୍ରିୟ ମାମଲା ସଂଖ୍ୟା ୧ ହଜାର ୩୧୦ ରହିଛି ।

Comments are closed.