ଫିଲ୍ମ ଷ୍ଟାଇଲରେ ଚୋରି ପରେ ସ୍କୁଲ କଳାପଟାରେ ଚୋର ଲେଖିଲେ, ‘ଧରିପାରିଲେ ଧର’

ନବରଙ୍ଗପୁର – ସ୍କୁଲରେ ଫିଲ୍ମ ଷ୍ଟାଇଲରେ ଚୋରି । କେବଳ ଚୋରି ତ କଲେନି ସ୍କୁଲ କଳାପଟାରେ ଲେଖିଦେଇଗଲେ ‘IT’S ME , ଧୁମ-୪, କମିଙ୍ଗ୍ ଶୁନ୍ “ସ୍କୁଲ ପିଲା, ଧରିପାରିଲେ ଧର ” । ହିନ୍ଦୀ ଫିଲ୍ମ ଧୁମ୍‌ ଷ୍ଟାଇଲରେ ଚୋରି କରି ସ୍କୁଲ ବ୍ଲାକ ବୋର୍ଡରେ ଲେଖିଗଲା ଚୋର । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଖାତିଗୁଡ଼ା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ବୋର୍ଡରେ ଘଟିଛି ଏହି ଅଭାବନୀୟ ଘଟଣା। ସ୍କୁଲର ମୁଖ୍ୟ ଫାଟକର ଚାବି ଭାଙ୍ଗିବା ସହ ପ୍ରଧାନଶିକ୍ଷକଙ୍କ ରୁମରେ ଥିବା ୨ଟି ତାଲା ଭାଙ୍ଗି କମ୍ପ୍ୟୁଟର, ପ୍ରିଣ୍ଟର୍, ଜେରକ୍ସ ମେସିନ୍, ଏବଂ ସାଉଣ୍ଡ ବକ୍ସ ଆଦି ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ଚୋରି ପଳାୟନ ପୂର୍ବରୁ ପୋଲିସ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଦୁର୍ବୃର୍ତ୍ତ । ଏମିତିକି ବ୍ଲାକ ବୋର୍ଡରେ କିଛି ମୋବାଇଲ ନମ୍ୱର୍ ଲେଖିଯାଇଛନ୍ତି ଦୁର୍ବୃର୍ତ୍ତ। ଯେଉଁଥିରେ ସ୍କୁଲ ଶିକ୍ଷକଙ୍କ ନମ୍ୱର ମଧ୍ୟ ରହିଛି । ରଥଯାତ୍ରା ପାଇଁ ସ୍କୁଲ ଛୁଟି ଥିବାରୁ ଶନିବାର ସକାଳେ ସ୍କୁଲ ଖୋଲିବା ବେଳକୁ ଚୋରି ହୋଇଥିବା ଜଣାପଡ଼ିଥିଲା । ଖାତିଗୁଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ସାଇଣ୍ଟିଫିକ ଟିମ ଓ ପୋଲିସ ସନ୍ଧାନୀ କୁକୁରର ସାହାଯ୍ୟରେ ତଦନ୍ତ ଚଳାଇଛି ପୋଲିସ ।

Comments are closed.