ଫସର ଫାଟିଲା ଗଡକରୀଙ୍କ ପ୍ରତିଶ୍ରୁତି- ଅନିଶ୍ଚିତତାରେ ଏନ୍ଏଚ୍ 55 ସଂପ୍ରସାରଣ

ସମ୍ବଲପୁର : ଫସର ଫାଟିଛି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ପ୍ରତିଶ୍ରୁତି। ଏହାର ନିର୍ମ।ଣ ସାରିବାକୁ ଦ୍ବିତୀୟ ଡେଡଲାଇନ୍ ବି ପାର ହୋଇସାରିଛି। ହେଲେ ନିର୍ମ।ଣ ସରିବ କଣ, ବରଂ ସମ୍ବଲପୁର-କଟକ 55 ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ ପ୍ରକଳ୍ପ ନିର୍ମ।ଣ ଆରମ୍ଭ ହେବାର 4 ବର୍ଷ ପରେ ବି ଅନିଶ୍ଚିତତାକୁ ଠେଲି ହୋଇଯାଇଛି। ନିର୍ମ।ଣ ଶେଷ ପାଇଁ ଏହାର ପ୍ରଥମ ଡେଡଲାଇନ୍ 2 ବର୍ଷ ତଳୁ ଶେଷ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହାର 50 ପ୍ରତିଶତ କାମ ସରିପାରିନି। ଗୁରୁତ୍ବପୂର୍ଣ କଥା ହେଲା ଯେ, ଏହି ରାସ୍ତା ପାଇଁ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଏ ପର୍ଯ୍ୟନ୍ତ ତାର ମଞ୍ଜୁରି ପ୍ରଦାନ କରିପାରିନାହିଁ। ଫଳରେ ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକେ ଦୀର୍ଘ 4 ବର୍ଷ ହେଲା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି।

ସମ୍ବଲପୁର-କଟକ 55 ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ କାମ ଗତ 2018 ମସିହାରୁ ଆରମ୍ଭ ହୋଇଥିଲା। 35 ଶହ କୋଟି ବ୍ୟୟରେ ହୋଇଥିବା ଏହାର ନିର୍ମ।ଣ ପାଇଁ 2016 ମସିହାରୁ ଜମି ଅଧିଗ୍ରହଣ ବି ଶେଷ ହୋଇଥିଲା। ହେଲେ ନିର୍ମ।ଣ ଆରମ୍ଭ ହେବାର 4 ବର୍ଷ ପରେ ବି ଏହାର 50 ପ୍ରତିଶତ କାମ ସରି ପାରିନାହିଁ। ଏହାର ନିର୍ମ।ଣ ସାରିବାକୁ ପ୍ରଥମ ଡେଡଲାଇନ୍ ସେପଟେମ୍ବର 2020 ଥିଲା। ହେଲେ ସେତେବେଳକୁ 35 ପ୍ରତିଶତ ବି କାମ ସରିନଥିଲା। କୋଭିଡ୍ ଆଳରେ ନିର୍ମ।ଣକାରୀ ସଂସ୍ଥା ଦିନ ଗଡାଇ ଚାଲିଥିଲା। ତେବେ, କୋଭିଡର ପ୍ରକୋପ ଦୂରେଇ ସ୍ବାଭାବିକ ସ୍ଥିତି ଫେରିବାର ବର୍ଷ।ଧିକ ସମୟ ପରେ ବି କାମ ତ୍ବରାନ୍ବିତ ହୋଇନଥିଲା। ଯଦ୍ବାରା ଏବେ ବି ଅଧା କାମ ସରିପାରିନାହିଁ।

ଏଭଳି ସ୍ଥିତିରେ କଟକ, ଭୁବନେଶ୍ବର ଯିବାକୁ ହେଲେ ସମ୍ବଲପୁର ଏବଂ ଝାରସୁଗୁଡା ଜିଲ୍ଲାର ଲୋକଙ୍କୁ ସୋନପୁର, ବୌଦ୍ଧରୁ ନୟାଗଡ ଦେଇ ଯିବାକୁ ପଡୁଛି। ଆଉ ଏହି ରାସ୍ତାର ଦୂରାବସ୍ଥା ଯୋଗୁଁ ଏହି 4 ବର୍ଷ ମଧ୍ୟରେ ଶତାଧିକ ସଂଖ୍ୟାରେ ଧନଜୀବନ ହାନି ଘଟିଥିବା ଅଭିଯୋଗ ହେଉଛି। ଏନେଇ ସମ୍ବଲପୁରରୁ କଟକ ମଧ୍ୟରେ ବିଭିନ୍ନ ସ୍ଥାନରେ ଲୋକେ ବାରମ୍ବାର ଆନ୍ଦୋଳନକୁ ଓହ୍ଲାଉଛନ୍ତି। ତେବେ, ଲୋକଙ୍କ ଚାପକୁ ଦେଖି ନୀତିନ ଗଡକରି ଗତ ଜୁନ୍ ସୁଦ୍ଧା ଏହାର ନିର୍ମ।ଣ ସରିବ ବୋଲି ଘୋଷଣା କରି ଦେଇଥିଲେ। ହେଲେ ବାସ୍ତବରେ ଏହା ଏବେ ଅଧାଗଢା ଅବସ୍ଥାରେ ଅନିଶ୍ଚିତତାକୁ ଠେଲି ହୋଇଗଲାଣି।
ଏହାର କାରଣ ହେଲା ଯେ, ଏହି ରାସ୍ତାରେ 12ଟି ହାତୀ କରିଡର ଥିବା ବେଳେ ଏଥିପାଇଁ କେନ୍ଦ୍ର ପରିବେଶ ମଞ୍ଜୁରୀ ଦେଉନାହିଁ। ଆଉ କେନ୍ଦ୍ରରେ କ୍ଷମତାସୀନ ସରକାର ବି ଲୋକଙ୍କୁ ଦହଗଞ୍ଜ ଅବସ୍ଥାରେ ଛାଡି ଦେଇଥିବା ଅଭିଯୋଗ ହେଉଛି।

Comments are closed.