ମହିଳା ବିଶ୍ୱକପ ହକି : ଇଂଲଣ୍ଡ ସହ ପ୍ରଥମ ମ୍ୟାଚ ଡ୍ର ରଖିଲା ଭାରତ

ଆମଷ୍ଟିଲଭିନ – ବିଶ୍ଵକପ ମହିଳା ହକିରେ ଭାରତୀୟ ଦଳ ନିଜର ପ୍ରଥମ ମ୍ୟାଚ ଇଂଲଣ୍ଡ ସହ ଡ୍ର ରଖିଛି । ସ୍ଥାନୀୟ ୱଗନେର ହକି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ପ୍ରଥମେ ଗୋଲ ସ୍କୋର କରିଥିଲା । ପିଟର ଇସାବେଲ ପ୍ରଥମ କ୍ୱାର୍ଟରର ଅଷ୍ଟମ ମିନିଟରେ ଗୋଲ ସ୍କୋର କରି ଦଳକୁ ଆଗୁଆ କରିଥିଲେ। ଭାରତ ଏକାଧିକ ଗୋଲ ସ୍କୋର କରିବାର ସୁଯୋଗ ହାତଛଡ଼ା କରିଥିଲା । ଦ୍ଵିତୀୟ କ୍ୱାର୍ଟରରେ ବନ୍ଦନା କଟାରିୟା ଗୋଲଟି ପରିଶୋଧ କରିଦେଇଥିଲେ । ଏହାପରେ ଆଉ କୋୖଣସି ଗୋଲ ହୋଇନଥିଲା । ଟୋକିଓ ଅଲିମ୍ପିକରେ ଚତୁର୍ଥ ସ୍ଥାନ ହାସଲ କରିଥିବା ଭାରତ ଏଥର ବିଶ୍ୱକପରେ ଗ୍ରୁପ ବି ରେ ସ୍ଥାନ ପାଇଛି । ନିୟମିତ ଅଧିନାୟିକା ରାଣୀ ରାମଲାଲଙ୍କ ଅନୁପସ୍ଥିତିରେ ସବିତା ପୁନିଆ ଭାରତୀୟ ଦଳର ନେତୃତ୍ଵ ନେଉଛନ୍ତି। ଦଳରେ ଏକମାତ୍ର ଓଡ଼ିଆ ଭାବେ ଦୀପଗ୍ରେସ ଏକ୍କା ସ୍ଥାନ ପାଇଛନ୍ତି।

Comments are closed.