ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୪ ଶହ ଟପିଲା

ଭୁବନେଶ୍ୱର-ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୪ ଶହ ପାର କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୦୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୪୪ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ । ସଙ୍ଗରୋଧରୁ ୨୩୬ ଓ ସ୍ଥାନୀୟ ଅଞ୍ଚଳରୁ ୧୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯୪, କଟକରୁ ୬୪, ସୁନ୍ଦରଗଡ଼ରୁ ୧୯, ବାଲେଶ୍ଵରରୁ ୧୭, ପୁରୀରୁ ୧୪, ଗଜପତିରୁ ୬, ମୟୂରଭଞ୍ଜରୁ ୬, ଜଗତସିଂହପୁରରୁ ୫, ସମ୍ବଲପୁରରୁ ୫, ଯାଜପୁରରୁ ୪, ନୟାଗଡରୁ ୪, କେନ୍ଦ୍ରାପଡ଼ାରୁ ୩, ଝାରସୁଗୁଡ଼ାରୁ ୩, ଭଦ୍ରକରୁ ୨, ଗଞ୍ଜାମରୁ ୨, କଳାହାଣ୍ଡିରୁ ୨, କୋରାପୁଟରୁ ୧, ମାଲକାନଗିରିରୁ ୧, ନୂଆପଡ଼ାରୁ ୧, ରାୟଗଡ଼ାରୁ ୧, ସୋନପୁରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲରୁ ୪୬ ମାମଲା ରିପୋର୍ଟ ହୋଇଛି ।

ରାଜ୍ୟରେ ଏବେ ସକ୍ରିୟ ମାମଲା ୧ ହଜାର ୯୫୭କୁ ବୃଦ୍ଧି ପାଇଛି ।

Comments are closed.