ଏଟିଏମକୁ ଟଙ୍କା ଯାଉଥିବା ବେଳେ ୫୭ ଲକ୍ଷ ଲୁଟ , ଭ୍ୟାନ ଡ୍ରାଇଭର ଫେରାର

ନୂଆପଡା: ନୂଆପଡ଼ା ଜିଲ୍ଲା ଖରିଆର ସ୍ଥିତ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରୁ ବିଭିନ୍ନ ଏଟିଏମ ପାଇଁ ଏକ ଭ୍ୟାନରେ ୫୭ ଲକ୍ଷ ଟଙ୍କା ଯାଉଥିବା ବେଳେ ତାହା ଲୁଟ ହୋଇଯାଇଥବା ଅଭିଯୋଗ ହୋଇଛି । ଭ୍ୟାନରେ ଟଙ୍କା ଲୋଡ଼ ହେବା ପରେ କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡ ବସିବା ପୂର୍ବରୁ ଡ୍ରାଇଭର ଭ୍ୟାନ ନେଇ ଚମ୍ପଟ ମାରିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ବ୍ୟାଙ୍କ ପକ୍ଷରୁ ସ୍ଥାନୀୟ ପୁଲିସକୁ ସୂଚନା ଦିଆଯିବା ପରେ ଛାନଭିନ ଆରମ୍ଭ କରିଥିଲା । ତେବେ ଭରୁକାନି ଜଙ୍ଗଲରେ ଭ୍ୟାନ ରହିଥିବା ନେଇ ପୁଲିସ କୌଣସି ସୂତ୍ରରୁ ଖବର ପାଇ ସେଠାରେ ପହଂଚି ଥିଲା । କିନ୍ତୁ ଗାଡ଼ିଟିକୁ ଠାବ କରାଯାଇଥିଲେ ମଧ୍ୟ ଟଙ୍କା ନଥିବା ଓ ଡ୍ରାଇଭର ଫେରାର ଥିବା ପୁଲିସ ପ୍ରକାଶ କରିଛି ।

Comments are closed.