ରାଜ୍ୟରେ କୋରୋନାର ଉପରଗତି ଜାରି, ୪୨୮ ନୂଆ ମାମଲା

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୨୮ ନୂଆ ମାମଲା ରିପୋର୍ଟ ହୋଇଛି । ନୂଆ ପଜିଟିଭଙ୍କ ମଧ୍ୟରେ ୫୬ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ । ସଂଗରୋଧ କେନ୍ଦ୍ରରୁ ୨୫୧ ଓ ସ୍ଥାନୀୟ ଅଞ୍ଚଳରୁ ୧୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୩, କଟକରୁ ୮୮, ବାଲେଶ୍ବରରୁ ୨୨, ସୁନ୍ଦରଗଡ଼ରୁ ୨୦, ଗଞ୍ଜାମରୁ ୧, ସମ୍ବଲପୁରରୁ ୯, ପୁରୀରୁ ୧୧, ମୟୂରଭଞ୍ଜରୁ ୮, ଜଗତସିଂହପୁରରୁ ୬, ଭଦ୍ରକରୁ ୫, ଯାଜପୁରରୁ ୫, ନୟାଗଡରୁ ୪, ବରଗଡ଼ରୁ ୪, ଝାରସୁଗୁଡ଼ାରୁ ୪, ନୂଆପଡ଼ାରୁ ୩, ମାଲକାନଗିରିରୁ ୨, କେନ୍ଦ୍ରାପଡ଼ାରୁ ୨, ରାୟଗଡ଼ାରୁ ୨, ସୋନପୁରରୁ ୨, ଦେବଗଡ଼ରୁ ୧, କଳାହାଣ୍ଡିରୁ ୧, କନ୍ଧମାଳରୁ ୧, କୋରାପୁଟରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲରୁ ୪୩ ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ ଏବେ ସକ୍ରିୟ ମାମଲା ୨ ହଜାର ୨୩୫କୁ ବୃଦ୍ଧି ପାଇଛି ।

Comments are closed.