ଜେଲ ବାଥରୁମରେ ଗୋଡ଼ ଖସି ଗ୍ରୀନ-ରେ ଚିଟଫଣ୍ଡ କମ୍ପାନୀ ନିର୍ଦ୍ଦେଶକଙ୍କ ମୃତ୍ୟୁ

ଭୁବନେଶ୍ୱର – ଗ୍ରୀନ୍-ରେ ଚିଟଫଣ୍ଡ କଂପାନିର ନିର୍ଦ୍ଦେଶକ ମୀର ସହରୁଦ୍ଦିନ ଓରଫ ଗୋରାଙ୍କ ମୃତ୍ୟୁ ହୋଇଛି । ଝାରପଡ଼ା ଜେଲ ବାଥରୁମରେ ଗୋଡ଼ ଖସିଯିବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି । ସେ ୫ ବର୍ଷ ହେଲା ଜେଲରେ ଥିଲେ ।

ଗ୍ରୀନ୍-ରେ ଚିଟଫଣ୍ଡ କମ୍ପାନୀ ଦୁଇ ଗୁଣା ଟଙ୍କା ଲୋଭ ଦେଖାଇ ଲୋକଙ୍କୁ ଠକିଥିଲା । ଓଡ଼ିଶାରୁ ୫ ଶହ କୋଟି ସମେତ ସାରାଦେଶରୁ ୨ ହଜାର କୋଟିରୁ ଠକିଥିଲା କମ୍ପାନୀ ।

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଶେଖଓ୍ୱାର୍ଡ ଅଞ୍ଚଳର ମୀର ସହରୁଦ୍ଦିନ ୨୦୦୫ ମସିହାରେ ଚିଟଫଣ୍ଡ କଂପାନି ଖୋଲିଥିଲେ । ଦେଶର ବିଭିନ୍ନ ସ୍ଥାନରେ ୧୦୦ରୁ ଅଧିକ ଅଫିସ ଖୋଲିଥିଲେ ମୀର । ଚିଟଫଣ୍ଡ ଦୁର୍ନୀତି ସାମନାକୁ ଆସିବା ପରେ ୨୦୧୨ରେ ବିଦେଶ ପଳାଇ ଆତ୍ମଗୋପନ କରିଥିଲେ ମୀର ‌ ୨୦୧୭ରେ କୋଲକାତା ଏୟାରପୋର୍ଟରୁ ତାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।

Comments are closed.