ପୂର୍ବ ଲହର ତୁଳନାରେ ପଜିଟିଭ ରେଟ କମ : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର – ରାଜ୍ୟରେ କୋରୋନା ସଂକ୍ରମଣ ବଢିବା ସହ ପଜିଟିଭ୍ ରେଟ୍ ବି ବଢୁଛି । କିନ୍ତୁ ପୂର୍ବ ଲହର ଗୁଡ଼ିକ ଅପେକ୍ଷା ବଢିବା ହାର କମ୍ ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ବର୍ତ୍ତମାନ ଆମେ ସଂକ୍ରମଣର ଉର୍ଦ୍ଧ୍ବ ମୁହାଁ ସ୍ଥିତିରେ ଅଛନ୍ତି । ଏହାର ସ୍ଥିରତା କେବେ ଆସିବ, ତାହା କହିହେବ ନାହିଁ ବୋଲି ସେ କହିଛନ୍ତି । ସରକାର ପଜିଟିଭିଟି ରେଟ୍ ଦେଖି ସ୍କୁଲ, କଲେଜ ବନ୍ଦ ନିଷ୍ପତ୍ତି ନେବେ । ଯେତେ ପର୍ଯ୍ୟନ୍ତ ସେମିତି ପରିସ୍ଥିତି ନଆସିଛି ସବୁ ବନ୍ଦ କରିଦେବା ଠିକ୍ ନୁହେଁ । ତେଣୁ ଏ ବିଷୟରେ ସରକାର ଠିକ୍ ସମୟରେ ନିଷ୍ପତି ନେବେ ବୋଲି ବିଜୟ ମହାପାତ୍ର କହିଛନ୍ତି।

Comments are closed.