ରାଜ୍ୟରେ ୧୦୬୫ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦୬୫ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬୨୪ ଓ ସ୍ଥାନୀୟ ଅଞ୍ଚଳରୁ ୪୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୨୨ ଜଣ ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୬୧, କଟକରୁ ୧୩୫, ସୁନ୍ଦରଗଡ଼ରୁ ୧୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରୁ ସମ୍ବଲପୁରରୁ ୫୮, ମୟୂରଭଞ୍ଜରୁ ୫୨, ପୁରୀରୁ ୪୪, ସୋନପୁରରୁ ୩୧, ଜଗତସିଂହପୁର ଓ ଯାଜପୁରରୁ ୨୧ ଲେଖାଏଁ, ଝାରସୁଗୁଡ଼ା, କେନ୍ଦ୍ରାପଡା, ନୟାଗଡ଼ରୁ ୧୮ ଲେଖାଏଁ, ବାଲେଶ୍ଵର ଓ କଳାହାଣ୍ଡିରୁ ୧୪ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡ଼ାରୁ ୧୩, ନୂଆପଡ଼ାରୁ ୧୧ , ବଲାଙ୍ଗୀରରୁ ୮, ଗଞ୍ଜାମ ଓ କନ୍ଧମାଳରୁ ୬ ଲେଖାଏଁ, ଭଦ୍ରକ, ଦେବଗଡ଼ ଓ ନବରଙ୍ଗପୁରରୁ ୫ ଲେଖାଏଁ, କେନ୍ଦୁଝରରରୁ ୪, ଗଜପତି ଓ କୋରାପୁଟରୁ ୩ ଲେଖାଏଁ, ଢେଙ୍କାନାଳରୁ ୨, ବୈ।ଦ୍ଧ ଓ ମାଲକାନଗିରିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଷ୍ଟେଟ ପୁଲରୁ ୭୬ ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ ଏବେ ସକ୍ରିୟ ମାମଲା ୫ ହଜାର ୩୭୬ରେ ପହଞ୍ଚିଛି । ରାଜ୍ୟରେ ମୋଟ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୮,୨୪୦କୁ ବୃଦ୍ଧି ପାଇଛି ।

Comments are closed.