ସିଙ୍ଗାପୁର ଓପନ ଟାଇଟଲ ଜିତିଥିବାରୁ ସିନ୍ଧୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ | News Room Odisha

ସିଙ୍ଗାପୁର ଓପନ ଟାଇଟଲ ଜିତିଥିବାରୁ ସିନ୍ଧୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର – ଭାରତର ଡବଲ ଅଲିମ୍ପିକ ପଦକ ବିଜୟିନୀ ବ୍ୟାଡମିଣ୍ଟନ ତାରକା ପି.ଭି ସିନ୍ଧୁ ସିଙ୍ଗାପୁର ଓପନ ଟାଇଟଲ ଜିତିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଗାମୀ ଟୁର୍ଣ୍ଣାମେଣ୍ଟ ଗୁଡ଼ିକରେ ମଧ୍ୟ ସିନ୍ଧୁ ବିଜୟ ଧାରା ଜାରି ରଖିବେ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଭବିଷ୍ୟତରେ ସଫଳତା ପାଇଁ ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।