ଆଜି ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ | News Room Odisha

ଆଜି ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ

ଭୁବନେଶ୍ୱର – ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଫଳ । ସକାଳ ୯ଟାରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ । ଅପରାହ୍ନ ୨ଟାରେ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ । ଛାତ୍ରଛାତ୍ରମାନେ ସିବିଏସଇ ଅଫିସିଆଲ ୱେବସାଇଟରେ ପରୀକ୍ଷା ଫଳ ସଂପର୍କୀତ ସୂଚନା ମିଳିବ । ଚଳିତବର୍ଷ ୨୧ ଲକ୍ଷ ୧୬ ହଜାର ୨୯୦ ଜଣ ଛାତ୍ରଛାତ୍ରୀ ଦଶମ ଓ ୧୪ ଲକ୍ଷ ୫୪ ହଜାର ୩୭୦ ଜଣ ଦ୍ୱାଦଶ ପରୀକ୍ଷା ଦେଇଥିଲେ ।ପିଲାଙ୍କ ପରୀକ୍ଷା ଫଳ www.cbse,gov.1n ୱେବସାଇଟ ସହ ଛାତ୍ରଛାତ୍ରୀଙ୍କ ଡିଜିଲକରରେ ମଧ୍ୟ ଉପଲବ୍ଧ ହେବ । ଛାତ୍ରଛାତ୍ରୀ ସେମାନଙ୍କ ଆଇଡି କାର୍ଡ ଓ ପାସୱାର୍ଡ ଜରିଆରେ ଲଗଇନ୍ କରି ରେଜଲ୍ଟ ପାଇ ପାରିବେ ।