କାଶୀପୁରରେ ଭ୍ରାମ୍ୟମାଣ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା

ରାୟଗଡ଼ା – କାଶୀପୁରବାସୀଙ୍କ ପାଇଁ ଭ୍ରାମ୍ୟମାଣ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ଆରମ୍ଭ କରାଯାଇଛି । ପଞ୍ଚାୟତିରାଜ ଓ ଜଳଯୋଗାଣ ବିଭାଗ ପକ୍ଷରୁ ଟିକିରିଠାରେ ଗୋଟିଏ ଭ୍ରାମ୍ୟମାଣ ଆରଓ ପ୍ଲାଂଟ ବସାଯାଇଛି । ୨ ହଜାର ଲିଟର କ୍ଷମତା ବିଶିଷ୍ଟ ଏହି ଆରଓ ପ୍ଲାଂଟକୁ ଟିକିରି ବଜାରରେ ସ୍ଥାନିତ କରାଯାଇଛି । ଏଥିରୁ ଅଧଲିଟର ମିନେରାଲ ଯୁକ୍ତ ପ୍ୟାକେଟ୍ ପାଣିକୁ ମାଗଣାରେ ଦିଆଯାଉଛି । ପରେ ଲୋକଙ୍କ ଆବଶ୍ୟକତା ଅନୁସାରେ ଏହି ଭ୍ରାମ୍ୟମାଣ ଆରଓ ପ୍ଲାଂଟକୁ ବିଭିନ୍ନ ସ୍ଥାନକୁ ନେବା ବ୍ୟବସ୍ଥା କରାଯାଇଛି।

Comments are closed.