ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ହୀରାକୁଦ ଠାରେ ବୃକ୍ଷରୋପଣ କାର୍ଯ୍ଯକ୍ରମ | News Room Odisha

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ହୀରାକୁଦ ଠାରେ ବୃକ୍ଷରୋପଣ କାର୍ଯ୍ଯକ୍ରମ

ସମ୍ବଲପୁରର : ବିଜୁ ଜନତା ଦଳର ଦୀର୍ଘ ୨୫ ବର୍ଷର ଜୟ ଯାତ୍ରାକୁ ନେଇ ହେବାକୁ ଥିବା ରୌପ୍ୟ ଜୟନ୍ତୀ ପାଳନ ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସମ୍ବଲପୁର ଜୋନ ଛାତ୍ର ଜନତା ଦଳ ପକ୍ଷରୁ ହୀରାକୁଦ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l

ବିଜୁ ଛାତ୍ର ଜନତା ଦଳ ସମ୍ବଲପୁର ଜୋନ ସଭାପତି ମିଲନ ହୋତା ଙ୍କ ନେତୃତ୍ଵରେ ତଥା ବିଜେଡ଼ି ଯୁବ ନେତା ବିଷ୍ଣୁ ମହାନ୍ତି ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ଯକ୍ରମ ରେ ବିଜୁ ଯୁବ ଜନତା ଦଳ ପୂର୍ବତନ କାର୍ଯ୍ୟକାରୀ ସଭାପତି ସଞ୍ଜିତ୍ ମହାନ୍ତି ମୁଖ୍ୟଅତିଥି ଭାବରେ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ଯକ୍ରମ କୁ ଉଦଘାଟନ କରିଥିଲେ l ହୀରାକୁଦ ଆଇ ଟି ଆଇ ତାଲିମ ଶିକ୍ଷାକେନ୍ଦ୍ର ସମ୍ମୁଖ ରେ ଅନୁଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ଯକ୍ରମ ରେ ଶତାଧିକ ବୃକ୍ଷ ମଧ୍ୟରେ ଆମ୍ବ, ଲିମ୍ବ, ଶାଗୁଆନ୍, ପଣସ, ଦେବଦାରୁ ବୃକ୍ଷ ରୋପଣ କରାଯାଇଛି l ଆଜିର ଏହି କାର୍ଯ୍ୟକ୍ରମରେ ମହିଳା ବିଜେଡ଼ି ରାଜ୍ଯ ଉପସଭାପତି ସିପ୍ରା ମହାନ୍ତି, ପୂର୍ବତନ ରାଜ୍ଯ ସମ୍ପାଦକ ମୋହିତ ନାୟକ, ଜିଲ୍ଲା ଉପସଭାପତି ତ୍ରିବେଣୀ ପଣ୍ଡା, ଭାଗ୍ୟ ଲେଖା ଚୌଧୁରୀ, ହିନ୍ଦ ମଜଦୁର ସଭା ସଭ୍ୟ ଦୁର୍ଯ୍ୟୋଧନ ମହାନ୍ତି, ବଳରାମ ଦାସ, ବିଜେଡି ନେତା ସୁରେନ୍ଦ୍ର ବିଶ୍ଵାଳ, ଅମିତ୍ ଅଗ୍ରୱାଲ, ଯୁବ ବିଜେଡ଼ି ଜିଲ୍ଲା ସାଧାରଣ ସଂପାଦକ ଅନୁଜ ଜେନା, ଡିଜିଟାଲ ସମ୍ପାଦକ ଚିତ୍ତରଞ୍ଜନ ରାଉଳ, ଜିଲ୍ଲା ସମ୍ପାଦକ ମଞ୍ଜୁ ଓରାମ୍, ଛାତ୍ର ବିଜେଡ଼ି ଉପ ସଭାପତି ସୁମିତ ପଟେଲ, ଜୋନ୍ ଉପ ସଭାପତି ଦେବ ଜ୍ୟୋତି ପଟ୍ଟନାୟକ, ବିକ୍କି ଦୀପ, ହିଣ୍ଡାଲକୋ ଶ୍ରମିକ ସଂଘ ପକ୍ଷରୁ ଶ୍ରୀକାନ୍ତ ପ୍ରଧାନ, ମିଲୁ ସାହୁ, ଆଦିତ୍ୟ ପ୍ରଧାନ, ହରେକୃଷ୍ଣ ସା, ମନୋଜ ବିଶ୍ଵାଳ, ଚିରଞ୍ଜିତ ବେହେରା ପ୍ରମୂଖ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ଯକ୍ରମ କୁ ସଫଳ କରିଥିଲେ l ଏହି କାର୍ଯ୍ୟକ୍ରମ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଅର୍ଥାତ ଆଗାମୀ ଡିସେମ୍ବର ୨୬, ୨୦୨୨ ପର୍ଯ୍ୟନ୍ତ ଜାରି ରହିବ।