ଜମି ବିବାଦକୁ ନେଇ ଗଣ୍ଡଗୋଳ, ଭାଇର ହାତ କାଟି ଦେଲା ଭାଇ, ୪ ଅଟକ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍ କେନ୍ଦୁମୁଣ୍ଡି ପଞ୍ଚାୟତ ଫୁଡକୁପଡା ଗାଁରେ ଜମି ବିବାଦକୁ ନେଇ ଉତ୍ତେଜନା ଦେଖା ଦେଇଥିଲା । ଏଥିରେ ଭାଇ ନିଜ ସମ୍ପର୍କୀୟ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । ଏହି ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନା ମତେ ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଝଗଡା ହୋଇଥିଲା। ସନ୍ତୋଷ ଧରୁଆ ଓ ତାଙ୍କ ପୁଅ ନବୀନ ଧରୁଆ ନିଜ ଜମି ଚାଷ କରୁଥିବା ସମୟରେ ସମ୍ପର୍କୀୟ ଭାଇ କଲାକାହ୍ନୁ ମାଝି, ଡିଲେ ମାଝି, ଚମାର ମାଝି ଓ ଅନନ୍ତ ମାଝି ପହଞ୍ଚିଥିଲେ। ଏହା ପରେ ସେମାନେ ଆତର୍କିତ ଭାବରେ ଟାଙ୍ଗିଆରେ ସନ୍ତୋଷ ଉପରେ ଆକ୍ରମଣ କରିଥିଲେ। କଳାକାହ୍ନୁ, ଡିଲେ, ଚମାର ଓ ଅନନ୍ତ ୪ ଜଣ ମିଶି ସନ୍ତୋଷକୁ ଯାବୁଡି ଧରି ଟାଙ୍ଗିଆରେ ଡାହାଣ ହାତ କାଟି ଦେଇଥିଲେ। ଘଟଣାସ୍ଥଳରୁ ପରିବାର ଲୋକେ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନକୁ ଆଣିଥିଲେ। ସନ୍ତୋଷଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଡାକ୍ତରଖାନାକୁ ସ୍ଥାନନ୍ତର କରାଯାଇଥିଲା । ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟପଟେ ୪ ଜଣକୁ ପାଟଣାଗଡ଼ ପୋଲିସ ଅଟକ ରଖିଛି । ଏନେଇ ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ କହିଛନ୍ତି ।

Comments are closed.