ନବୀନଙ୍କ ଲେଖାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | News Room Odisha

ନବୀନଙ୍କ ଲେଖାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଶଂସା କରି ଖବରକାଗଜରେ ଲେଖା ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶର ସର୍ବୋଚ୍ଚ ପଦ ଗ୍ରହଣ କରି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡ଼ିଆ ଜାତିର ପରିଚୟରେ ଆଉ ଏକ ଗରିମାମୟ ପୃଷ୍ଠା ଯୋଡ଼ିଛନ୍ତି। ଦେଶର କୋଟି କୋଟି ଲୋକଙ୍କ ପାଇଁ ସେ ଆଶା ଓ ଆକାଂକ୍ଷାର ପ୍ରତିବିମ୍ବ। ଶପଥ ଗ୍ରହଣ ସମୟରେ ତାଙ୍କ ଦ୍ୱାରା ଉଦ୍ଧୃତ ସନ୍ଥକବି ଭୀମ ଭୋଇଙ୍କ ଉକ୍ତି ସର୍ବଦା ଆମ କାର୍ଯ୍ୟ ଓ ଭାବନାରେ ପ୍ରତିଫଳିତ ହେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।