ବରଗଡ ପରେ ସମ୍ବଲପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ: ଅଗଷ୍ଟ ୧ ରେ ସମ୍ବଲପୁରୀ ପୋଷାକ ପିନ୍ଧିବେ ସରକାରୀ କର୍ମଚାରୀ

ସମ୍ବଲପୁର : ପ୍ରତି ବର୍ଷ ଅଗଷ୍ଟ 1 ତାରିଖ ଦିନ ସ୍ବର୍ଗତ ଗୁରୁ ସତ୍ୟନାରାୟଣ ବହିଦାର ଙ୍କ ସ୍ମୃତି ଉଦ୍ଦେଶ୍ୟରେ “ସମ୍ବଲପୁରୀ ଦିନ ” ମହା ଆଡମ୍ବରରେ ପାଳନ କରାଯାଏ |  ସ୍ବର୍ଗତ ବହିଦାରଙ୍କ ଜନ୍ମ ବାର୍ଷିକୀକୁ ସ୍ମରଣ କରିବା ଏବଂ ତାଙ୍କ ଅବଦାନ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ  ଜିଲ୍ଳା ପ୍ରଶାସନ ତରଫରୁ ଅଗଷ୍ଟ 1 ତାରିଖ ଦିନ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କୁ ସମ୍ବଲପୁରୀ ପୋଷାକ ପରିଧାନ କରିବା ନିମନ୍ତେ ଜିଲ୍ଳା ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି |  ଆଜି ଜିଲ୍ଲାପାଳ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଚିଠି ମାଧ୍ୟମରେ ଏହି ସଂକ୍ରାନ୍ତ ରେ ସୂଚିତ କରିଥିବା ଖବର ଜିଲ୍ଲା ସୂଚନା ଓ  ଲୋକ ସମ୍ପର୍କ ବିଭାଗ ତରଫରୁ ପ୍ରକାଶ |

Comments are closed.