ସମ୍ବଲପୁର : ପ୍ରତି ବର୍ଷ ଅଗଷ୍ଟ 1 ତାରିଖ ଦିନ ସ୍ବର୍ଗତ ଗୁରୁ ସତ୍ୟନାରାୟଣ ବହିଦାର ଙ୍କ ସ୍ମୃତି ଉଦ୍ଦେଶ୍ୟରେ “ସମ୍ବଲପୁରୀ ଦିନ ” ମହା ଆଡମ୍ବରରେ ପାଳନ କରାଯାଏ | ସ୍ବର୍ଗତ ବହିଦାରଙ୍କ ଜନ୍ମ ବାର୍ଷିକୀକୁ ସ୍ମରଣ କରିବା ଏବଂ ତାଙ୍କ ଅବଦାନ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ ଜିଲ୍ଳା ପ୍ରଶାସନ ତରଫରୁ ଅଗଷ୍ଟ 1 ତାରିଖ ଦିନ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କୁ ସମ୍ବଲପୁରୀ ପୋଷାକ ପରିଧାନ କରିବା ନିମନ୍ତେ ଜିଲ୍ଳା ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି | ଆଜି ଜିଲ୍ଲାପାଳ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଚିଠି ମାଧ୍ୟମରେ ଏହି ସଂକ୍ରାନ୍ତ ରେ ସୂଚିତ କରିଥିବା ଖବର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ପ୍ରକାଶ |