ରାଜ୍ୟଗୋଷ୍ଠୀ କ୍ରୀଡା: ମହିଳା ଲନ୍ ବଲ୍ ଇଭେଣ୍ଟରେ ଭାରତକୁ ଐତିହାସିକ ସ୍ବର୍ଣ୍ଣ | News Room Odisha

ରାଜ୍ୟଗୋଷ୍ଠୀ କ୍ରୀଡା: ମହିଳା ଲନ୍ ବଲ୍ ଇଭେଣ୍ଟରେ ଭାରତକୁ ଐତିହାସିକ ସ୍ବର୍ଣ୍ଣ

ବର୍ମିଂହାମ୍: ରଜ୍ୟଗୋଷ୍ଠୀ କ୍ରୀଡାରେ ପଞ୍ଚମ ଦିନରେ ମହିଳା ଫୋରସ୍ ଲନ୍ ବଲ୍ ଇଭେଣ୍ଟରେ ଭାରତ ଐତିହାସିକ ସ୍ବର୍ଣ୍ଣ ପଦକ ହାସଲ କରିଛି । ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୧୭-୧୦ ରେ ପରାସ୍ତ କରି ମହିଳା ଲନ୍ ବଲ୍ ଟିମ୍ ସ୍ୱର୍ଣ୍ଣ ପଦକ ଜିତିଛି। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଏହା ଭାରତର ଚତୁର୍ଥ ସ୍ବର୍ଣ୍ଣ ପଦକ ।

ରାଜ୍ୟଗୋଷ୍ଠୀ କ୍ରୀଡା ୯୨ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ଲନ୍ ବଲ୍ ମହିଳା ଦଳ ପଦକ ଜିତିଛି | ଫାଇନାଲ ମ୍ୟାଚରେ ଭାରତୀୟ ଖେଳାଳି ଲଭଲି ଚୌବେ, ପିଙ୍କି, ନୟନମୋନି ସାଇକିଆ ଏବଂ ରୂପା ରାନୀ ତୀର୍କି ଚମତ୍କାର ପ୍ରଦର୍ଶନ କରିଥିଲେ।