କେନ୍ଦ୍ରୀୟ ଡେପୁଟେସନରୁ ଫେରିଲେ ଆଇଏଏସ ଅରବିନ୍ଦ ପାଢୀ ଓ ଏସ. ଅଶ୍ୱଥି

ଭୁବନେଶ୍ୱର – କେନ୍ଦ୍ରୀୟ ଡେପୁଟେସନରେ ଥିବା ଓଡ଼ିଶା କ୍ୟାଡରର ୨ ଜଣ ବରିଷ୍ଠ ଆଇଏଏସ୍ ଅରବିନ୍ଦ ପାଢ଼ୀ ଓ ଏସ୍. ଅଶ୍ୱଥି ଓଡ଼ିଶା ଫେରିଛନ୍ତି । ଆସନ୍ତା ସପ୍ତାହରେ ଆଇଏଏସ୍ ଉଷା ପାଢ଼ୀ ଓଡ଼ିଶା ଫେରିବେ ।

ସାଧାରଣ ପ୍ରଶାସନ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ୧୯୯୬ ବ୍ୟାଚ୍ ଆଇଏଏସ୍ ଅରବିନ୍ଦ ପାଢ଼ୀ କେନ୍ଦ୍ରୀୟ ଡେପୁଟେସନ ସାରି ଓଡ଼ିଶା ଫେରିଛନ୍ତି । ୨୦୦୩ ବ୍ୟାଚ୍ ଆଇଏଏସ୍ ଏସ୍ .ଅଶ୍ୱଥି ମଧ୍ୟ କେନ୍ଦ୍ରୀୟ ଡେପୁଟେସନ ଅବଧି ଶେଷ କରି ଓଡ଼ିଶା ଫେରିଛନ୍ତି । ଏହି ଦୁଇ ଆଇଏସଆଇ ୨୦୧୫ ଜୁନ୍ ମାସରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ ।

Comments are closed.