ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ

କଟକ- ଶିଳ୍ପପତି ମହିମା ମିଶ୍ରଙ୍କ କଟକ ସ୍ଥିତ ଘରେ ସିବିଆଇ ଚଢ଼ାଉ କରିଛି। ମହିମାଙ୍କ କଟକ ଓଡ଼ିଶା ବଜାର ସ୍ଥିତ ଘର ଓ ଲିଙ୍କ ରୋଡ୍ ଅଫିସରେ ସିବିଆଇ ଚଢ଼ାଉ କରିଛି । କଟକ ବ୍ୟତୀତ ପାରାଦୀପର ବିଭିନ୍ନ ସ୍ଥାନରେ ମଧ୍ୟ ଚଢ଼ାଉ ହୋଇଛି । ତେବେ ସିବିଆଇ ଚଢ଼ାଉର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଚଢ଼ାଉ ବେଳେ ସିବିଆଇ ହାତରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଲାଗିଥିବା ଦାବି କରାଯାଇଛି।

କଟକ ଓଡ଼ିଆ ବଜାରସ୍ଥିତ ଘରେ ମହିମା ମିଶ୍ର ଓ ତାଙ୍କର ୨ ପୁଅ ଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ୨୦୧୬ ମସିହା ଅକ୍ଟୋବର ମାସରେ ପାରାଦୀପ ସିୱେଜ ସିପିଂ କମ୍ପାନୀର ମହାପ୍ରବନ୍ଧକ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମହିମା ମିଶ୍ରଙ୍କୁ ବ୍ୟାଙ୍କକରୁ ଗିରଫ କରାଯାଇଥିଲା । ସହଯୋଗୀ ବସନ୍ତ ବଳଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।୨୦୧୯ ଅକ୍ଟୋବର ମାସରେ ତାଙ୍କୁ ହାଇକୋର୍ଟରୁ ସର୍ତମୂଳକ ଜାମିନ ମିଳିଥିଲା ।

Comments are closed.