ହଜାରେ ତଳେ ଦୈନିକ ସଂକ୍ରମଣ, ରାଜ୍ୟରେ ଆଉ ୮୩୬ ନୂଆ ଆକ୍ରାନ୍ତ ଚିହ୍ନଟ | News Room Odisha

ହଜାରେ ତଳେ ଦୈନିକ ସଂକ୍ରମଣ, ରାଜ୍ୟରେ ଆଉ ୮୩୬ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ହଜାରେ ତଳକୁ ହିଁ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୮୩୬ ନୂଆ ପଜିଟିଭ । ଏମାନଙ୍କ ମଧ୍ୟରେ ୧୬୯ ହେଉଛନ୍ତି ୧୮ ବର୍ଷରୁ କମ ଶିଶୁ ଓ କିଶୋର। ସଙ୍ଗରୋଧରୁ ୪୮୮ ଓ ସ୍ଥାନୀୟ ଅଞ୍ଚଳରୁ ୩୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ଵରରୁ ୯, ବରଗଡ଼ରୁ ୩୦, ଭଦ୍ରକରୁ ୪, ବଲାଙ୍ଗୀରରୁ ୩୨, ବୈ।ଦ୍ଧରୁ ୧୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୦, ଦେବଗଡ଼ରୁ ୬, ଢେଙ୍କାନାଳରୁ ୨,ଗଜପତିରୁ ୬, ଗଞ୍ଜାମରୁ ୨, ଜଗତସିଂହପୁରରୁ ୪, ଯାଜପୁରରୁ ୧୪, ଝାରସୁଗୁଡ଼ାରୁ ୧୬, କଳାହାଣ୍ଡିରୁ ୨୫, କନ୍ଧମାଳରୁ ୧୬ କେନ୍ଦ୍ରାପଡାରୁ ୭, କେନ୍ଦୁଝରରୁ ୮, ଖୋର୍ଦ୍ଧାରୁ ୧୧୭, କୋରାପୁଟରୁ ୧୭, ମୟୂରଭଞ୍ଜରୁ ୫୫, ନବରଙ୍ଗପୁରରୁ ୩୩, ନୟାଗଡ଼ରୁ ୧୯, ନୂଆପଡ଼ାରୁ ୨୧, ପୁରୀରୁ ୭, ରାୟଗଡରୁ ୯, ସମ୍ବଲପୁରରୁ ୬୨, ସୋନପୁରରୁ ୧୪, ସୁନ୍ଦରଗଡ଼ରୁ ସର୍ବାଧିକ ୨୪୨ ଆକ୍ରାନ୍ତ ବାହାରିଛନ୍ତି। ଷ୍ଟେଟ ପୁଲରୁ ୨୭ଟି ମାମଲା ଆସିଛି ।
ରାଜ୍ୟରେ ଏବେ ସକ୍ରିୟ ମାମଲା ୬ ହଜାର ୧୮୧ ରହିଛି।