ଆଜି ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ

ନୂଆଦିଲ୍ଲୀ : ଆଜି ଉପରାଷ୍ଟ୍ରପତି ନିର୍ବାଚନ । ସକାର ୧୦ଟାରୁ ଅପରାହ୍ନ ୫ଟା ଯାଏଁ ସଂସଦ ଭବନରେ ଭୋଟ୍‍ ଗ୍ରହଣ ହେବ। ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଉପରାଷ୍ଟ୍ରପତି ପଦ ପାଇଁ ଏନ୍‍ଡିଏ ପକ୍ଷରୁ ଜଗଦୀପ ଧନଖର ପ୍ରାର୍ଥୀ ହୋଇଥିବା ବେଳେ ମିଳିତ ବିରୋଧୀ ଦଳ ପକ୍ଷରୁ ମାର୍ଗାରେଟ୍‍ ଆଲ୍‍ଭା ପ୍ରାର୍ଥୀ ହୋଇଛନ୍ତି।

ଏହି ନିର୍ବାଚନରେ ସଂସଦର ଉଭୟ ଗୃହର ସାଂସଦମାନେ ଭୋଟ ଦେଇଥାନ୍ତି । ସଂସଦର ଦୁଇ ଗୃହର ମୋଟ ସଦସ୍ୟ ସଂଖ୍ୟା ହେଉଛି ୭୮୮। ୫୪୩ ଜଣ ଲୋକସଭା ସଦସ୍ୟ ଥିବା ବେଳେ ୨୩୩ ଜଣ ରାଜ୍ୟସଭା ସଦସ୍ୟ ଅଛନ୍ତି। ୧୨ ଜଣ ମନୋନୀତ ସଦସ୍ୟ ମଧ୍ୟ ଅଛନ୍ତି। କିନ୍ତୁ ମନୋନୀତ ସଦସ୍ୟମାନେ ଭୋଟ ଦେଇପାରିବେ ନାହିଁ ଭୋଟ ଗ୍ରହଣ ଶେଷ ହେବା ପରେ ସଂସଦ ଭବନରେ ଭୋଟ୍‍ ଗଣତି ହେବ। ଉପରାଷ୍ଟ୍ରପତି ଏମ. ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଆସନ୍ତା ୧୦ ତାରିଖରେ ଶେଷ ହେବ। ଆସନ୍ତା ୧୧ ତାରିଖରେ ଦେଶର ନୂଆ ଉପରାଷ୍ଟ୍ରପତି ଶପଥ ଗ୍ରହଣ କରିବେ। ସମର୍ଥନ ଦୃଷ୍ଟିରୁ ଜଗଦୀପ ଧନକର ବିଜୟୀ ହେବା ସୁନିଶ୍ଚିତ ଜଣାପଡୁଛି ।

Comments are closed.