ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ- ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିବ । ଦିନ ୧୦ଟାରେ ନୀଳାଦ୍ରି ଭକ୍ତ ନିବାସଠାରେ ବୈଠକ ହେବ । ସ୍ନାନଯାତ୍ରା ଓ ରଥଯାତ୍ରା ଶେଷ ହେବା ପରେ ବୈଠକରେ ଏହାର ସମୀକ୍ଷା କରାଯିବ । ଆଦର୍ଶ ଗୁରୁକୁଳ ସେବକ ବାସଗୃହ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା ହେବା ସମ୍ଭାବନା ରହିଛି । ମେ’ ୬ ତାରିଖରେ ହୋଇଥିବା ଶ୍ରୀଜଗନ୍ନାଥ ମନ୍ଦିର ଭୂମି ଓ ପ୍ରକଳ୍ପ ସବକମିଟି ବୈଠକର ବିବରଣୀ ଅନୁମୋଦନ ହେବ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମି ବିକ୍ରି ସଂପର୍କରେ ମଧ୍ୟ ଆଜିର ବୈଠକରେ ଆଲୋଚନା କରାଯିବ ।

Comments are closed.