ବସ୍ତି ବାସିନ୍ଦାଙ୍କ ଆପତ୍ତି ଅଭିଯୋଗ ଶୁଣାଣି ଶିବିର

ସମ୍ବଲପୁର : ସମ୍ବଲପୁର ମହାନଗର ବସ୍ତି ବାସିନ୍ଦା ମହାସଂଘ ତରଫ ରୁ ସମ୍ବଲପୁର ମହାନଗର ର ବସ୍ତି ବାସିନ୍ଦା ମାନଙ୍କର ଆପତ୍ତି ଅଭିଯୋଗ,ସୁବିଧା ଅସୁବିଧା ଏବଂ ସରକାରୀ ଜନହିତକାରୀ ଯୋଜନା ରେ ସହଭାଗିତା ସମ୍ପର୍କୀୟ କର୍ମଶାଳା ରେ ଯୋଗଦେଇ ସେମାନଙ୍କୁ ସେମାନଂକର ସମସ୍ୟା ତଥା ଅସୁବିଧା ଆଦି ସମ୍ପର୍କ ରେ ଆଲୋଚନା କରିଥିଲି ।

ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କର ସର୍ବପ୍ରିୟ ନେତା ତଥା ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ବସ୍ତି ବାସିନ୍ଦା ତଥା ଆର୍ଥିକ ଦୁର୍ବଳ ସ୍ତର ର ଅଧିବାସୀ ଙ୍କ ନିମନ୍ତେ ସରକାର ଙ୍କ ତରଫ ରୁ କରାଯାଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲି । ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁର ମହାନଗର ଅନ୍ତର୍ଗତ ୪୧ ଟି ୱାର୍ଡ ରୁ ୧୭୦ ବସ୍ତି ର ମୁଖ୍ୟ ସଂଗଠକ ମାନେ ଏଥିରେ ଯୋଗଦାନ କରିଥିଲେ।

Comments are closed.