ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ଆଦର୍ଶ ଗୁରୁକୂଳ ନେଇ ଏମଓୟୁକୁ ଅନୁମୋଦନ

ପୁରୀ – ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଦର୍ଶ ଗୁରୁକୂଳ ନେଇ ଏମଓୟୁ ଓ ସୋସାଇଟି ଗଠନକୁ ଅନୁମୋଦନ ଦିଆଯାଇଛି । ସେହିଭଳି ଆବାସ ଯୋଜନା ଖୁବ ଶୀଘ୍ର ଆରମ୍ଭ ହେବା ନେଇ ନିଷ୍ପତ୍ତି ହୋଇଛି । ଏ ନେଇ ଲ୍ୟାଣ୍ଡ ସବ କମିଟିର ନିଷ୍ପତ୍ତିକୁ ବୈଠକରେ ମଞ୍ଜୁରୀ ମିଳିଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ସୂଚନା ଦେଇଛନ୍ତି।

ସେହିଭଳି ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନ ସୁରକ୍ଷିତ ଥିବା ସ୍ପଷ୍ଟ କରାଯାଇଛି । ରତ୍ନ ସିଂହାସନ ପଛପାଶ୍ୱର୍ରୁ ଲାଇମ ପ୍ଲାଷ୍ଟର ଖସିଛି । ଏନେଇ ଏସସଆଇ ଅନୁଧ୍ୟାନ ଆରମ୍ଭ ହୋଇଛି । ଆସନ୍ତା ରଥଯାତ୍ରା ବେଳେ ଏହାକୁ ପୁନଃ ପ୍ଲାଷ୍ଟର କରାଯିବ ବୋଲି ସୂଚନା ଦିଆଯାଇଛି।

Comments are closed.