ସୁନା ଦୋକାନରୁ ଦେଢ଼ କିଲୋ ସୁନା ସହିତ ଟଙ୍କା ଲୁଟିନେଲେ ୬ ଜଣ ଦୁର୍ବୃତ୍ତ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସହର ମୁଖ୍ୟ ରାସ୍ତାରେ ଥିବା ଗୋଟିଏ ସୁନା ଦୋକାନରେ ୬ ଜଣ ଦୁର୍ବୃତ୍ତ ଲୁଟ୍‌ପାଟ୍‌ କରିଛନ୍ତି । ସେମାନେ ଦୋକାନ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏହା ସହିତ ସୋମାନେ ଦେଢ଼ କିଲୋରୁ ଅଧିକ ସୁନା ସହ ୪୦ ହଜାର ଟଙ୍କା , ଗୋଟିଏ ସ୍ମାର୍ଟ ଫୋନ୍ ଓ ସିସିଟିଭିର ହାର୍ଡଡିସ୍କ ଲୁଟି ନେଇଥିବା ଜଣାପଡିଛି । ଖବର ପାଇ ପାଟଣାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ଦୋକାନ ମାଲିକ ମୁକେଶ ଜୈନ ତାଙ୍କ ୨ ଜଣ କର୍ମଚାରୀଙ୍କ ସହ ଆସି ଦୋକାନ ଖୋଲି ଥିଲେ । ଅପରାହ୍ନ ୪.୩୦ ରେ ୬ଜଣ ଦୁର୍ବୃତ୍ତ ୨ଟି ବାଇକରେ ଆସି ଦୋକାନ ଭତରକୁ ପଶି ମାଲିକଙ୍କୁ ମାଡ଼ ମାରିଥିଲେ । ଏ ବିଷୟରେ କାହାକୁ କହିଲେ ଜୀବନରୁ ମାରି ଦେବାର ଧମକ ଦେଇଥିଲେ । ଆଖୁ ପିଛୁଳାକେ ଗହଣା ଭର୍ତି ବେଗ ସହ ବାଇକରେ ପଳାଇବା ଉଦ୍ୟମ କରିଥିଲେ । ତେବେ ଦୋକାନ ମାଲିକ କର୍ମଚାରୀ ଓ ସାଧାରଣ ଲୋକଙ୍କ ସହ ଧସ୍ତାଧସ୍ତି କରି ସେମାନେ ବନ୍ଧୁକ ଦେଖାଇ ଫେରାର ହୋଇଥିଲେ ।

Comments are closed.