ଜଗଦୀପ ଧନଖର ଦେଶର ୧୪ତମ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଜଗଦୀପ ଧନଖର ଦେଶର ୧୪ତମ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଉପରାଷ୍ଟ୍ରପତି ପଦ ପାଇଁ ଆଜି ଅନୁଷ୍ଠିତ ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଧନଖର ବିରୋଧୀ ପ୍ରାର୍ଥୀ ମାର୍ଗାରେଟ୍ ଆଲଭାଙ୍କୁ ୩୪୬ ଭୋଟରେ ହରାଇଛନ୍ତି । ଉପରାଷ୍ଟ୍ରପତି ପଦ ପାଇଁ ହୋଇଥିବା ମତଦାନ ଶନିବାର ଅପରାହ୍ନ ୫ଟାରେ ଶେଷ ହୋଇଥିଲା। ବର୍ତ୍ତମାନ ସଂସଦର ଉଭୟ ଗୃହରେ ୭୮୦ ସଦସ୍ୟ ଅଛନ୍ତି (ରାଜ୍ୟସଭାରେ ୮ ଟି ଆସନ ଖାଲି ଅଛି)। ତେବେ ଉପରାଷ୍ଟ୍ରପତି ନିର୍ବାଚନରେ ମାତ୍ର ୭୨୬ (୯୨.୯୪%) ସଦସ୍ୟ ଭୋଟ୍ ଦେଇଥିଲେ ।

ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖର ୫୨୮ ଭୋଟ୍ (୭୪.୩୬%) ପାଇଥିବାବେଳେ ବିରୋଧୀ ପ୍ରାର୍ଥୀ ମାର୍ଗେଟ୍ ଆଲଭାଙ୍କୁ ମାତ୍ର ୧୮୨ ଭୋଟ୍ ମିଳିଥିଲା। ୧୫ ଭୋଟ ଅବୈଧ ଘୋଷିତ ହୋଇଥିଲା | ୧୯୯୬ ପରଠୁ ଅନୁଷ୍ଠିତ ଉପରାଷ୍ଟ୍ରପତି ନିର୍ବାଚନରେ ଧନଖର ସବୁଠାରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଅଗଷ୍ଟ ୧୧ରେ ଉପରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେଉଛି।

Comments are closed.