ଗୃହରକ୍ଷୀମାନଙ୍କ ଡ୍ୟୁଟି କଲ ଅପ୍ ଭତ୍ତା ୩୮ ପ୍ରତିଶତ ବୃଦ୍ଧି କଲେ ରାଜ୍ୟ ସରକାର : ୯୦୦ ରୁ ୧୨୪୮୦ ଟଙ୍କା ବଢିଲା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ଏବଂ ଏହା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି ।

ପୂର୍ବରୁ ଗୃହରକ୍ଷୀ ମାନଙ୍କୁ ଡ୍ୟୁଟି କଲ ଅପ୍ ଭତ୍ତା ଭାବରେ ମାସିକ ୯୦୦୦ ଟଙ୍କା ମିଳୁଥିବା ବେଳେ ଏହାକୁ ଦୈନିକ ୪୧୬ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ବାରା ସେମାନଙ୍କ କଲ ଅପ୍ ଭତ୍ତା ଭାବରେ ମାସିକ ୧୨,୪୮୦ ଟଙ୍କା ମିଳିବ। ଏତଦ୍‌ବ୍ୟତୀତ ପୂର୍ବରୁ ମିଳୁଥିବା ଅନ୍ୟାନ୍ୟ ଭତ୍ତା ମଧ୍ୟ ପୂର୍ବବତ୍‌ ମିଳିବ।

Comments are closed.